ଚୌଦ୍ବାର :ପୁଣି ବିବାଦରେ ଚୌଦ୍ବାର ଜେଲ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ସୁଜିତଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ ୨ ବିହାରୀ କଏଦୀ ଫେରାର ଘଟଣାରେ ରହିଛି ସୁଜିତଙ୍କ ହାତ ପଦର ଅପବ୍ୟବହାର କରି ଜେଲ ଭିତରେ ବେନିୟମ କାମ କରୁଛନ୍ତି ଅଧକ୍ଷୀକ ସୁଜିତ ରାଉଳ । ସତ ଚାପିବାକୁ ଜାଲ ଦସ୍ତଖତ କରିବା ସହିତ ସରକାରୀ ଦସ୍ତାବିଜ୍ ହେରଫେର କରୁଛନ୍ତି । ଏପରକି ଗତ ବର୍ଷ ଦଶହରାରେ ୨ ଦୁର୍ଦ୍ଦାନ୍ତ ବିହାରୀ କଏଦୀ ଫେରାର୍ ଘଟଣାରେ ମଧ୍ୟ ସୁଜିତ ରାଉଳଙ୍କ ବଡ଼ ଭୂମିକା ରହିଛି ।ଏସବୁ ସଙ୍ଗୀନ ଅଭିଯୋଗ ଆଣି ସୁଜିତଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ଚୌଦ୍ବାର ଥାନା ଆଇଆଇସିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । କେବଳ ସୁଜିତ ରାଉଳ ନୁହଁନ୍ତି ଜେଲ ଡିଜି ସୁଶାନ୍ତ ନାଥଙ୍କ ଆଡକୁ ମଧ୍ୟ ଅଙ୍ଗୁଳି ଉଠାଇ ତାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁଜିତ କୁମାର । ସେପଟେ ପୁରା ଘଟଣାର ତଦନ୍ତ ହେବା ଜରୁରୀ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ।
ଇତିମଧ୍ୟରେ ସୁଜିତ ରାଉଳଙ୍କ କାରନାମାର କିଛି ଦସ୍ତାବିଜ୍ ଓଟିଭି ହାତରେ ଲାଗିଛି । ଚୌଦ୍ବାର ଜେଲର ଇନ୍ ଆଣ୍ଡ ଆଉଟ ରେଜିଷ୍ଟର । ଦୁଇ ବିହାରୀ କଏଦୀ ଜେଲ଼ରୁ ଫେରାର୍ ହୋଇଯିବା ପରେ ନିଜର ଦୋଷ ଘୋଡାଇବା ପାଇଁ କିଭଳି ତରବରିଆ ଭାବେ ରେଜିଷ୍ଟରରେ ଖାଲି ଥିବା ସ୍ଥାନରେ ନିଜର ଉପସ୍ଥାନ ପକାଇ ଦେଇଛନ୍ତି । ଯେଉଁଠି ପାରିଛନ୍ତି ସେଇଠି ଇନ୍ ଆଉଟ ଟାଇମ୍ ପକାଇ ସାଇନ୍ ମାରି ଦେଇଛନ୍ତି । ଇନ୍ ଆଉଟ ରେଜିଷ୍ଟର ଅନୁସାରେ ଗତ ଅକ୍ଟୋବର ୧ ଓ ୨ ତାରିଖରେ ସୁଜିତ୍ ଏକାଧିକ ଥର ଜେଲ ଆସିଛନ୍ତି ଆଉ ଯାଇଛନ୍ତି ।
Comments are closed.