ନୂଆଦିଲ୍ଲୀ: ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଓଡ଼ିଶା ସମେତ ତିନୋଟି ରାଜ୍ୟ ପାଇଁ ନୂଆ ପ୍ରଭାରୀଙ୍କ ନିଯୁକ୍ତି ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଶ୍ରୀ ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂତନ ଏଆଇସିସି (AICC) ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ଅଜୟ ଲଲୁଙ୍କ ସ୍ଥାନ ନେଇଛନ୍ତି ଲାଲଜୀ ଦେଶାଇ।
୨୬ ଜୁନ୍ ୨୦୨୬ ରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ସ୍ୱାକ୍ଷରରେ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ମାନ୍ୟବର କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ ପଦାଧିକାରୀମାନଙ୍କୁ ତୁରନ୍ତ ଲାଗୁ ହେବା ଭଳି ବିଭିନ୍ନ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି।
Comments are closed.