ମୋହନା,୨୪ା୬(ମନୋଜ ପାଢ଼ୀ): ଘାଟିରେ ଓଲଟିଲା ଟ୍ରକ୍, ଦୁର୍ଘଟଣାରେ ଟ୍ରକ୍ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଗଜପତି ଜିଲା ମୋହନା ଥାନା ଜରଉ ଘାଟିରେ ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ମୋହନାରୁ ଗଞ୍ଜାମ ଜିଲା ସୋରଡ଼ା ଅଭିମୁଖେ ଯାଉଥିବା କାଜୁ ବୋଝେଇ ଟ୍ରକ୍ଟି ଜରଉ ଘାଟିରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଓଲଟି ପଡ଼ିଥିଲା l ଟ୍ରକ୍ ତଳେ ଚାପି ହୋଇ ଡ୍ରାଇଭର ଓ ହେଲ୍ପର ଚାପି ହୋଇ ରହିଥିଲେ। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ପରେ ଟ୍ରକ୍ ତଳୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଜଣକ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣାରେ ଟ୍ରକ୍ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
Sign in
Sign in
Recover your password.
A password will be e-mailed to you.
Comments are closed.