ବାସିଖାଦ୍ୟ ଦେଇଥିବା ନେଇ କହିବାରୁ ଜଣେ ଗ୍ରାହକଙ୍କୁ ନିସ୍ତୁକ ମାଡ।
ଜଗତସିଂପୁର : ବାସିଖାଦ୍ୟ ଦେଇଥିବା ନେଇ କହିବାରୁ ଜଣେ ଗ୍ରାହକଙ୍କୁ ନିସ୍ତୁକ ମାଡ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ପାରାଦ୍ଵୀପ ରାସ୍ତା ଏକ ହୋଟେଲରେ। କୁଜଙ୍ଗ ଥାନା ଜିଲ୍ଳାନାସୀ ଅଞ୍ଚଳ ଜଣେ ଯୁବକ ଏହି ହୋଟେଲରେ ଖାଇବା ବେଳେ ଖାଦ୍ୟ ଆମ୍ବିଳା ଲାଗିଲା। କାହିଁକି ଆମ୍ବିଳା ଖାଦ୍ୟ ଦେଉଛ କହିବାରୁ କିଛି କର୍ମଚାରୀ ତାଙ୍କୁ ମାଡ ମାରିବା ସହ ରାସ୍ତା ଧକ୍କା ମାରି ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବକ। ଜିଲ୍ଲାନାସୀର ଯୁବକ ସଞ୍ଜୀବ କୁମାର ମାଝୀ ଏହି ନେଇ ସ୍ଥାନୀୟ ଥାନା ରେ ଅଭିଯୋଗ କରିଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ଏହି ଘଟଣା ନେଇ ସଞ୍ଜୟ ମାଝୀଙ୍କ ପତ୍ନୀ ଶସ୍ମିତା ବେହେରା କୁଜଙ୍ଗ ଥାନା ରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
Comments are closed.