ନୂଆପଡାରେ ଚାଷୀ ଆତ୍ମହତ୍ୟାକୁ ନେଇ ରାସ୍ତାରୋକ

ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଡାମୁଣ୍ଡା ଗ୍ରାମର ଚାଷୀ ନେପାଳ ମାଝୀ ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ତାଙ୍କର ଚଳିତ ରବି ଧାନ ଉଠାଣରେ ପ୍ରାୟ ୩୬.୯୬ କ୍ୱିଣ୍ଟାଲ ଧାନ ବିକ୍ରୟ ପାଇଁ ଟୋକନ ଆସିଥିଲା। ସେ ପ୍ରାୟ ୩୬.୫କ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ  ଜଡାମୁଣ୍ଡା ମଣ୍ଡିରେ ପକାଇଥିଲେ। କିନ୍ତୁ ଆଜି ଯାଏଁ ଧାନ ଉଠିନଥିଲ। ସେ ଗତକାଲି ଘରର ବାଦାମ ବିକି ଜିଲ୍ଲା ଯୋଗାଣ ଅଧିକାରୀ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ଫେରି ସେ ନିଜ କ୍ଷେତକୁ ଯାଇ କିଛି ପିଇ ଦେଇଥିଲେ ଘରକୁ ଫେରି ସେ ପଡ଼ି ଯାଇଥିଲେ। ତାଙ୍କୁ ସେଠାରୁ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆଜି ମୃତ୍ୟୁକୁ ନେଇ ଜିଲ୍ଲାରେ ଉତ୍ତେଜନା ଦେଖାଦେଇଛି। ମୃତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଜଦାମୁଣ୍ଡା ଛକରେ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ ରାସ୍ତାରୋକ୍ କରାଯାଇଛି। ଫଳରେ ଜାତୀୟ ରାଜପଥ ୩୫୩ ବନ୍ଦ ରହିଛି।

Comments are closed.