ଶାନ୍ତିପଥ ପକ୍ଷରୁ ବିଶ୍ୱଯୋଗ ଦିବସ ଅନୁଷ୍ଠିତ

ଭୁବନେଶ୍ୱର :  ତା 21/06/26 ଶାନ୍ତି, ମୈତ୍ରୀ ଓ ପ୍ରଗତିର ମାର୍ଗ “ଶାନ୍ତିପଥ “ପକ୍ଷରୁ ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ଶହୀଦ ନଗରଠାରେ “ବିଶ୍ୱଯୋଗ ଦିବସ 2026” ଅନୁଷ୍ଠିତ ହୋଇଯାଇଛି l ଶରୀର, ମନ ନିୟମିତ ଯୋଗ କରିବା ଦ୍ୱାରା ସୁସ୍ଥ ରହିବା ସହିତ ନୂତନ ଚିନ୍ତା, କାର୍ଯ୍ୟକ୍ରମକୁ ଅତି ଉତ୍ତମ ଭାବେ ସମ୍ପାଦନ କରିବାକୁ ମନରେ ଆଗ୍ରହ ଆସିଥାଏ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ମତବ୍ୟକ୍ତ କରିଥିଲେ l ଅନୁଷ୍ଠାନର ମୁଖ୍ୟ ସଂଯୋଜକ ପତ୍ରକାର ଅରବିନ୍ଦ ତ୍ରିପାଠୀ, ସମାଜସେବୀ ସୀତାଂଶୁ ଶେଖର ମହାରଣା, ଭୂପେନ୍ଦ୍ର ସିଂ ଉପସ୍ଥିତ ରହିବା ସହ ଯୋଗାଭ୍ୟାସ କରିଥିଲେ l ଆଗାମୀ ବିଶ୍ୱ ଓ ପୀଢ଼ି ପାଇଁ ଯୋଗ, ପ୍ରାଣାୟାମ, ପରିବେଶ ସଚେତନତା, ପୁଜ୍ୟପୂଜା  ପ୍ରମୁଖ ଉପରେ ଅଧ୍ୟକ୍ଷ ଆଲୋକପାତ କରିଥିଲେ l

Comments are closed.