ଚଳିତ ବର୍ଷ ‘୨୦୨୨ ଦଶହରା ପୂଜା ଓ ମହାବଳି ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ l

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ‘୨୦୨୨ ଦଶହରା ପୂଜା ଓ ମହାବଳି ଯାତ୍ରାର ବିଭିନ୍ନ ପୂଜା ଓ ବଳି ପର୍ବର ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୋତ୍ତର ସୋନପୁର ଡ଼ଃ ଇପ୍ସିତା ପ୍ରିୟ ଦର୍ଶିନୀ ମିଶ୍ର ଙ୍କଆବାହକତ୍ୱରେ ଜିଲ୍ଳା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ନିମନ୍ତେ ହେବାକୁ ଥିବା ମହାବଳି ଯାତ୍ର ନିମନ୍ତେ ବିଭିନ୍ନ ଦେବୀ ମନ୍ଦିର ରେ ବିଭିନ୍ନ ପୁଜା ଓ ନିର୍ଦ୍ଧିଷ୍ଟ ସମୟ ନିର୍ଘଣ୍ଟ ଉପରେ ଆଲୋଚନା କରାଯାଇଛି l ବିଗତ ବର୍ଷ ମାନଙ୍କରେ ବଳି ଯାତ୍ରାର ମୁଖ୍ୟ ବରୁଆ ବିଜାରୁ ନେଗୀ ଙ୍କ ଦେହାନ୍ତ ହେତୁ ଅଦ୍ୟ ବୈଠକରେ ନିରବ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ଏହି ମର୍ମରେ ସୁବାଷ ନେଗୀ ଚଳିତ ବର୍ଷ ବିଜାରୁ ନେଗୀଙ୍କ ଦ୍ୱାରା ସମ୍ପାଦିତ ସମସ୍ତ ପୁଜା କର୍ମଣ ନିର୍ବାହ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି l ପୁନଶ୍ଚ ବୈଠକରେ ଦଶହରା ପୁଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ଦ୍ୱାରା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ପୁଜା ରେ ବିଶେଷ ସହଯୋଗ କରିବାକୁ ଅଧ୍ୟକ୍ଷ ଉପସ୍ଥିତ ଅଧିକାରୀ ତଥା ସେବାୟତ, ପୂଜକ, ବିଭିନ୍ନ ଅନୁଷ୍ଠାନ ପ୍ରଭୁତିଙ୍କୁ ପରାମର୍ଶ ଦେଇଛନ୍ତି l ବିଶେଷ ଆଲୋଚନା ରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ, ମନ୍ଦିର ଗୁଡିକୁ ସମୟ ପୂର୍ବରୁ ରଙ୍ଗ ଲଗାଇବା, ମନ୍ଦିର ସମୂହ ର ପାରିପାର୍ଶ୍ଵ ସଫା ସୁତୁରା, ଶାନ୍ତି ଶୃଙ୍ଖଳା ରକ୍ଷା, ମନ୍ଦିର ଓ ପାର୍ଶ୍ଵ ମନ୍ଦିର ପରିସରରେ ଆବଶ୍ୟକ ମରାମତି,ସହ ସେବାପୂଜା ଉପରେ ଆଲୋଚନା କରାଯାଇଛି l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଆଇ ଆଇ ସି କୃଷ୍ଣ ଚନ୍ଦ୍ର ମେହେର,ଦେବୋତ୍ତର ମ୍ୟାନେଜର ମେଘନାଦ ମନହିରା, ନାଜିର ନୀଳାମ୍ବର ଶତପଥୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଦେବୋତ୍ତର ଉପଦେଷ୍ଟା କମିଟିର ସଦସ୍ୟ /ସଦସ୍ୟା ବୃନ୍ଦ,ବିଭିନ୍ନ ମନ୍ଦିର ର ସେବାୟତ ତଥା ପୂଜକ ବୃନ୍ଦ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସମାଜସେବୀ ପ୍ରମୁଖ, ସାମ୍ବାଦିକ ପ୍ରଭୁତି ଯୋଗଦାନ କରିଥିଲେl ଆଲୋଚନା ମୁତାବକ ଦଶହରା ପର୍ବ ଓ ମହା ବଳି ଯାତ୍ରା ମୁଖ୍ୟ ପୁରୋହିତ ଦୀପକ କୁମାର ପୁରୋହିତ ଙ୍କ ଦ୍ୱାରା ନିମ୍ନ କାର୍ଯ୍ୟ ସୂଚୀ ମତେ ସମ୍ପାଦିତ କରାଯିବ l
ତା ୨୫/0୯/୨୨,ରବିବାର ଅମାବାସ୍ୟା ଦିବା ୧.୦୦ ଘଣ୍ଟା ବାହୁତୀ ବିଜୟ ଛତ୍ର ସୁରେଶ୍ଵରୀ ମନ୍ଦିର ଠାରୁ ପୂଜା ହୋଇ ସମଲେଶ୍ୱରୀ ମନ୍ଦିରକୁ ବିଜୟ । ରାତ୍ର ୧୦,୦୦ ଘଣ୍ଟା ସମୟରେ ସମଲେଶ୍ବରୀ ପୀଠରେ ପୂଜା ଓ ବଳି ହୋଇ ପୁଣି ବାଉତି ଛତ୍ର ସହ ସମଲେଶ୍ୱରୀ ପୀଠକୁ ପ୍ରତ୍ୟାବର୍ତ୍ତନ । ୨୬/0୯/୨ ୨, ସୋମବାର ଶୁକ୍ଳପକ୍ଷ ପ୍ରତିପଦା ତିଥ୍‌ ଥ‌ିବାରୁ ନଅ ଦିନାତ୍ମକ (ନବରାତ୍ର ପୂଜାରମ୍ଭ )ପୂଜା ଆରମ୍ଭ | ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ୱରୀ ମନ୍ଦିର ପୀଠ ଠାରେ ପୂଜା ଓ ବଳି ।୨୭/0୯/୨ ୨ ଓ ୨୭/0୯/୨ ୨ ମଙ୍ଗଳବାର ଏବଂ ବୁଧବାର ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ୱରୀ ମନ୍ଦିର ପୀଠ ଠାରେ ପୂଜା ଓ ବଳି l
ତା ୨୯ /0୨/୨୨ ଗୁରୁବାର ଚତୁର୍ଥୀ ତିଥି ହେତୁ ଚତୁର୍ଥୀ ତିଥି ହେତୁ ଚଉଠି କାର୍ଯ୍ୟ ଆରମ୍ଭ ଏବଂ (ଖୋଉଲ ଚଉଠି କାର୍ଯ୍ୟ) ଖୋଉଲ କୃତ୍ୟ ହେବ । ରାତ୍ର 12.30 ମି ସମୟରେ ସମଲେଶ୍ୱରୀ ପୀଠରୁ ପୁଜା ଫୁଲ, ପ୍ରସାଦ ସହ ଖମ୍ବେଶ୍ବରୀ ପୀଠକୁ ଓ ଖମ୍ବେଶ୍ବରୀ ପୀଠ ଠାରେ ଦର୍ଶନ ପରେ ସୁରେଶ୍ୱରୀ ମନ୍ଦିର ଖଉଳ ପୀଠରେ ରାତ୍ର 3 ଘଣ୍ଟା ରେ ଖଉଳ କୃତ୍ୟ l ସମଲେଶ୍ୱରୀ ପୀଠରେ ପୂଜା ଓ ବଳି ଓ ଖମ୍ବେଶ୍ବରୀ ପୀଠରେ ପୁଜା ଓ ବଳି ଓ ଅଷ୍ଟଚଣ୍ଡୀ ନିଶା ପୂଜା l
ତା ୩୦,୦୯, ୨୦୨୨,ଶୁକ୍ରବାର ପଞ୍ଚମୀ ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ଵରୀ ମନ୍ଦିର ପୀଠରେ ପୂଜା ଓ ବଳି l ଶନିବାର,ତା ୦୧,୧୦, ୨୦୨୨ ଷଷ୍ଠୀ,ରାତ୍ରରେ ସପ୍ତମୀ ତିଥି ହେଉଥ‌ିବା ଯୋଗୁ ପୀଠେ ସପ୍ତମୀ ପୂଜା ଓ ଦୂର୍ଗା ଦେବୀ ବିଜୟ ।ତ୍ରିଦିନାତ୍ମକ ପୂଜାରମ୍ଭ l ରାତ୍ର ୯ ଘଣ୍ଟା ସମୟରେ ମୁଖ୍ୟ ପୁରୋହିତଙ୍କ ବାସଗୃହରୁ ଦୁର୍ଗାଦେବୀ ଶ୍ରୀ ସମଲେଶ୍ୱରୀଙ୍କ ମଣ୍ଡପକୁ ବିଜେ ଓ ପୂଜାନୀତି ଏବଂ ଷୋଡଶ ଉପଚାର ବିଧିପରେ ଖମ୍ବେଶ୍ବରୀ ମନ୍ଦିରକୁ ବିଜୟ ଯାତ୍ରା ଛତ୍ର ଚାମର ବିବିଧ ବାଦ୍ୟ ଆଦି ସହିତ l ଭୁବନେଶ୍ୱରୀ ଦେବୀ, ସମଲେଶ୍ୱରୀ ପୀଠକୁ, କାଳୀ ଦେବୀ ସୁରେଶ୍ୱରୀ ପୀଠକୁ ବିଜୟ ଯାତ୍ରା l ୦୨,୧୦ ୨୦୨୨ ରବିବାର ସପ୍ତମୀ ରାତ୍ରରେ ଅଷ୍ଟମୀ ଲାଗୁଥିବାରୁ ମହାଅଷ୍ଟମୀ ପୂଜା ରାତ୍ର ୧୨ ଘଣ୍ଟା ୩୦ ମିନିଟ ସମୟରେ ସମସ୍ତ ଅଷ୍ଟଚଣ୍ଡୀ ଦେବୀ ମାନଙ୍କର ତଥା ସହରର ସମସ୍ତ ଦେବୀ ସ୍ଥାନରେ ଅଷ୍ଟମୀ – ନିଶି ପୁଜା ଓ ମହାଖଳା ପୂଜା ହେବ l ତା ୦୩, ୧୦.୨୦୨୨ ସୋମବାର ଅଷ୍ଟମୀ
ଦିବା ୪ ଘଣ୍ଟା ୩୦ ମିନିଟ ନଦମୀ ତିଥ୍ୟ ହେଉଥିବାରୁ ପୀଠେ ନବମୀ ପୂଜା କାର୍ଯ୍ୟ । ରାତ୍ର ୧. ୩0 ମିନିଟ ସମଲେଶ୍ୱରୀ ପୀଠରୁ ପୁଜା ପ୍ରସାଦ ଖମ୍ବେଶ୍ବରୀ ମନ୍ଦିରକୁ ବରୁଆ ଯିବ l ରାତ୍ର ୧୨ ଘଣ୍ଟା ପରେ ଗାଏନ ପିଢା ପୂଜା ନୀତି ରାତ୍ର ୩ ଘଣ୍ଟାରେ ଖମ୍ବେଶ୍ୱରୀ ମଣ୍ଡପରେ ଡାଙ୍ଗୁଆ ବଳି ଓ ରାତ୍ର ୪ ଘଣ୍ଟା ସମୟରେ ମହାନବମୀ ବିହିତ ମହାବଳୀଯାତ୍ରା ପର୍ବ ଅନୁଷ୍ଠିତ ହେବ l ତା ୦୪,୧୦,୨୦୨୨ ମଙ୍ଗଳବାର ନବମୀ ଦିବା ୨ ଘଣ୍ଟା ୧୮ ମିନିଟ ଠାରୁ ଦଶମୀ ତିଥୀ (ମହାଦଶହରା) ପୀଠଦେବୀଙ୍କର ଦଶହରା ବିଜୟାଦଶମୀ ମହାଦଶହରା କାର୍ଯ୍ୟ ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ବରୀ ମନ୍ଦିର ପୀଠରେ ପୁଜା ଓ ବଳି ପରେ ଶ୍ରୀ ଦୁର୍ଗା ଦେବୀ /ଭୁବନେଶ୍ୱରୀ ଦେବୀ / କାଳୀ ଦେବୀ, ଠାକୁରାଣୀ ମାନଙ୍କର ପ୍ରତ୍ୟାବର୍ତ୍ତନ ।
ତା ୦୯, ୧୦, ୨୦୨୨ ରବିବାର ପୂର୍ଣିମା ହନୁମାନ ଛତ୍ର ବିଜୟ -ମୁଢାସୁର ପୂଜା ।
ତା ୧୦,୧୦,୨୦୨୨ ସୋମବାର କାର୍ତ୍ତିକ ପ୍ରତିପଦା,କାର୍ତ୍ତିକ ବ୍ରତାରମ୍ଭ । ସମଲେଶ୍ବରୀ ପୀଠେ ରାତ୍ର ୧୦ ଘଣ୍ଟା ସମୟରେ ପୂଜା ଓ ବଳି ପରେ ବାଉତି ଛତ୍ର ପ୍ରତ୍ୟାବର୍ତନ l

Comments are closed.