ଜିଲ୍ଲାର କୃଷି ଓ କୃଷକ ଙ୍କ ସ୍ୱାର୍ଥ ନିମନ୍ତେ ପ୍ରଶାସନ ର କଡା ପଦକ୍ଷେପ ସାର ଓ କୀଟନାଶକ ଗୋଦାମ ସହ ଦୋକାନ ଗୁଡିକରେ ଅଚାନକ ଚଢ଼ାଉ ଓ ଯାଞ୍ଚ

ସୁବର୍ଣ୍ଣପୁର : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ରେ ଆଜି ଜିଲ୍ଲାର ବିନିକା ସହର ଓ ସିଂହୀଯୁବା ସ୍ଥିତ ବିଭିନ୍ନ ବିଭିନ୍ନ ସାର ଓ କୀଟନାଶକ ଗୋଦାମ ଓ ବିକ୍ରୟ କେନ୍ଦ୍ରରେ ଅଚାନକ ଚଢ଼ାଉ କରାଯାଇ ଆନୁସଙ୍ଗିକ କାଗଜ ପତ୍ର ଯାଞ୍ଚ କରାଯାଇଛି l ଚଢ଼ାଉରେ ବିନିକା ଆଇ ଆଇ ସି,ବ୍ଲକ କୃଷି ଅଧିକାରୀ, ରାଜସ୍ବ ନିରୀକ୍ଷକ,ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସହାୟକ ଦୀପକ କୁମାର ବିଶ୍ୱାଳ,ମାନସ ସାହୁ ପ୍ରଭୁତି ସାମିଲ ରହିଥିଲେ l ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ଠାରେ ସାର ଓ କୀଟନାଶକ କଳାବଜାରୀ ହେତୁ ଜୟ ଶଙ୍କର ଷ୍ଟୋର ର ପଞ୍ଜିକରଣ କୁ ବାତିଲ କରିଦିଆଯାଇଥିବା ବେଳେ ଅନ୍ୟ ଏକ ସାର ଗୋଦାମ ବାଲାଜୀ ଷ୍ଟୋର କୁ ଷ୍ଟକ ରେ ଅବ୍ୟବସ୍ଥିତ ଓ ଗୋଦାମରେ ଅନିୟମିତତା ହେତୁ ଷ୍ଟୋର କୁ ବନ୍ଦ କରାଯାଇଛି l ସେହିପରି ବିନିକା ସହର ସ୍ଥିତ ଦଣ୍ଡସେନା ସୀଡ଼ସ ଓ ପେଷ୍ଟିସାଇଡ ଏବଂ ପାର୍ବତୀ ଏଣ୍ଟରପ୍ରାଇଜେସ ଉଭୟ ଦୋକାନ କୁ ମଧ୍ୟ ସାର କଳାବଜାରୀ ତଥା ଅବ୍ୟବସ୍ଥିତ ପରିଚାଳନା, ବିଲ ମିସମେଚ,ନିମନ୍ତେ ବନ୍ଦ କରିଦିଆଯାଇଛି l ଜିଲ୍ଳା ର କୃଷି ଓ କୃଷକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତଥା ଜିଲ୍ଳା ରେ ସାର, କୀଟନାଶକ ପ୍ରଭୁତି ର କଳାବଜାରୀ କୁ ରୋକିବା ନିମନ୍ତେ ବ୍ୟାପକ ଚଢ଼ାଉ ସହିତ ଯାଞ୍ଚ କରାଯିବ l ଆଗକୁ ଯେଉଁ ବ୍ୟବସାୟୀ ବେନିୟମ ଭାବେ ସାର କିମ୍ବା କୀଟନାଶକ ରେ କଳାବଜାରୀ କରୁଥିବା ଜଣାପଡେ ତେବେ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବl ସହିତ ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକରେ ମଧ୍ୟ କରାଯିବ l ଏଣୁ ଜିଲ୍ଲାର ସମସ୍ତ ସାର ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନ ର ଆବଶ୍ୟକ କାଗଜାଦ ଓ ବ୍ୟବସ୍ଥା ର ସୁ ପରିଚାଳନା ତଥା ସୁବ୍ୟବସ୍ଥିତ କରି ରଖିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି l

Comments are closed.