ଚାମେଲି ପ୍ରସଙ୍ଗରେ ମୁହଁ ଖୋଲିଲେ ମହାକାଳପଡା ବିଧାୟକ

କେନ୍ଦ୍ରାପଡା : ଚାମେଲି ପ୍ରସଙ୍ଗରେ ପ୍ରଥମ କରି ମୁହଁ ଖୋଲିଲେ ମହାକାଳପଡ଼ା ବିଧାୟକ। ସେ କହିଛନ୍ତି ବିରୋଧୀଦଳ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ସାନ ଭଉଣୀ ଚାମେଲି।ଏଠିକାର ଯେଉଁ ପ୍ରତ୍ୟାକ୍ଷିତ ନେତା ଅଛନ୍ତି ସେମାନଙ୍କୁ ଲୋକେ ଚାହୁଁ ନାହାନ୍ତି। ସେମାନେ କାମରେ ନୁହେଁ,କ୍ୟାମେରା ଆଗରେ ରହିବାକୁ ଚାହୁଁଛନ୍ତି ବିରୋଧୀ ବୋଲି ମହାକାଳପଡ ବିଧାୟକ କହିଛନ୍ତି।୨୪ ବର୍ଷର ସ୍ଥାୟୀ ସରକାର ଭ୍ରଷ୍ଟାଚାରରେ ବୁଡିରହିଥିଲେ।

ଚାମେଲି ଓଝାଙ୍କ ଘଟଣା ସାରା ରାଜ୍ୟରେ ରାଜନୈତିକ କମ୍ପନ ସୃଷ୍ଟି କରିଥିବା ବେଳେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଚାମେଲି ଓଝାଙ୍କୁ ଜାମିନ୍‌ ପ୍ରଦାନ କଲେ ଏସଡିଜେମ୍ କୋର୍ଟ। ୩୦ ହଜାର ଟଙ୍କା ୨ ଜାମିନ୍‌ଦାରଙ୍କ ବଦଳରେ ମିଳିଲା ଚାମେଲିଙ୍କୁ ମିଳିଲା ଜାମିନ୍। ପୋଲିସକୁ ଆକ୍ରମଣ ଅଭିଯୋଗ ମାମଲାରେ ମିଳିଲା ଜାମିନ୍। ଜେଲରେ ଗୁରୁତର ହୋଇ ପଡିବାରୁ ଏବେ ସେ କେନ୍ଦ୍ରାପଡା ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ  ।

Comments are closed.