ଗଜପତି, 17/6: ଗତ 1 ମାସରୁ ଉର୍ଦ୍ଧ ସମୟ ଧରି ନିଖୋଜ ଥିବା ପୁଅର ସନ୍ଧାନ ପାଇଁ ବାପା ସେରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବାଇଝାଲି ପଞ୍ଚାୟତ ପାଢୁମସିଂ ଗ୍ରାମର ପ୍ରେମାନ୍ତ ଗମାଙ୍ଗଙ୍କ ପୁଅ ଭିଂସେଣ୍ଟ ଗମାଙ୍ଗ (୨୯) ଦୀର୍ଘ ଏକ ମାସ ହେଲା ନିଖୋଜ ଅଛନ୍ତି I ଭିଂସେଣ୍ଟ କିଛି ବର୍ଷ ତଳେ ଆକସ୍ମିକ ଭାବେ ମସ୍ତିଷ୍କ ସନ୍ତୁଳନ ହରାଇଥିଲେ। ପ୍ରେମାନ୍ତ ପୁଅକୁ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲ ନେଇ ସେଠାରେ କିଛି ମାସ ରଖ୍ ସୁସ୍ଥ କରି ଘରକୁ ଆଣିଥିଲେ। ଭିଂସେଣ୍ଟ କିଛି ବର୍ଷ ହେଲା ଗ୍ରାମରେ ଭଲରେ ଥିଲେ। ବର୍ତ୍ତମାନ 1 ମାସ ହେଲା ପୁନର୍ବାର ତାଙ୍କର ମସ୍ତିଷ୍କ ସନ୍ତୁଳନ ଯୋଗୁଁ ସେ ହରାଇ କେଉଁଆଡେ ଚାଲିଯାଇଛନ୍ତି। ପ୍ରେମାନ୍ତ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନହାନ୍ତି I ଶେଷରେ ସେ ସେରଙ୍ଗ ଥାନାରେ ଦ୍ବାରସ୍ଥ ହୋଇ ଥାନା ଅଧିକାରୀ କମଳା ଚୌଧୁରୀଙ୍କୁ ସାକ୍ଷାତ କରି ଏତଲା ଦେବା ସହ ନିଖୋଜ ପୁଅର ସନ୍ଧାନ ପାଇଁ ଅନୁରୋଧ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.