ମିଠାରେ ବିଷ ଦେଇ ହତ୍ୟା, ୩ ସପ୍ତାହ ଜୀବନ ସହ ଲଢେଇ କରି ଆଖି ବୁଜିଦେଲା ଶିଶୁ

ସାଲେପୁର ବାହାବଳପୁରର ଗୁରୁତର ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।

କଟକ : କଟକ ଶିଶୁଭବନ ICUରେ ଆଖିବୁଜିଲା ୫ ବର୍ଷର ଶିଶୁ । ୩ ସପ୍ତାହ ଜୀବନ ସହ ଲଢେଇ କରି ଶେଷରେ ଆଖି ବୁଜିଛି କଅଁଳ ନିଷ୍ପାପ ଶିଶୁ। ସାଲେପୁର ବାହାବଳପୁର ଗାଁର ଗୁରୁତର ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀ ତାଙ୍କୁ ମିଠାରେ ବିଷ ମିଶାଇ ଖାଇବାକୁ ଦେଇଥିବା ଅଭିଯୋଗ କରିଥିଲେ ତାଙ୍କ ବାପା। ଏନେଇ ୫ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।

Comments are closed.