କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍।

କେନ୍ଦ୍ରାପଡ଼ା : ଚାମେଲି ଓଝାଙ୍କୁ ମିଳିଲା ଜାମିନ୍। କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ୍ ପ୍ରଦାନ କଲେ କେନ୍ଦ୍ରାପଡା SDJM କୋର୍ଟ। ପୋଲିସକୁ ଆକ୍ରମଣ ମାମଲାରେ ଗିରଫ ହୋଇଥିବା ଚାମେଲିଙ୍କୁ SDJM କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ୩୦ ହଜାର ଟଙ୍କା ୨ ଜାମିନଦାରଙ୍କ ବଦଳରେ ଏହି ଜାମିନ୍ ଦେଇଛନ୍ତି କୋର୍ଟ।

ଗତ ୧୩ ତାରିଖରୁ ଗିରଫ ପରଠୁ ଦେହ ଅସୁସ୍ଥ ପାଇଁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଚାମେଲି। ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସକୁ ଆକ୍ରମଣ ମାମଲାରେ ଚାମେଲି ଓଝାଙ୍କ ସଂପୃକ୍ତି ଥିବା ଦର୍ଶାଇ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ସେପଟେ ସରପଞ୍ଚଙ୍କ ବାପା ନିରଞ୍ଜନ ଓଝାଙ୍କ ଏତଲା ଆଧାରରେ ମହାକାଳପଡା ପୋଲିସ ଆଉ ଏକ ମାମଲା ରଜୁ କରୁଛି। ସେ ଅଭିଯୋଗ କରିଛନ୍ତି ୧୧ ତାରିଖରେ ବ୍ଲକ୍ କାର୍ଯ୍ୟଳୟ ପରିସରରେ ଆକ୍ରମଣ ଖବର ପାଇ ଗାଁ ଲୋକଙ୍କୁ ନେଇ ବ୍ଲକ୍ ଯାଇଥିଲେ। ବିପକ୍ଷ ଗୋଷ୍ଠୀ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିଲେ।

Comments are closed.