୨ ହାଇୱା ମୁହାଁମୁହିଁ ଧକ୍କା, ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର

ଧକ୍କା ଏତେ ଜୋରଦାର ଥିଲା ଯେ ମୁହୂର୍ତ୍ତକ ମଧ୍ୟରେ ଉଭୟ ଗାଡ଼ିରେ ହୁତୁ ହୁତୁ ହୋଇ ନିଆଁ ଲାଗିଯାଇଥିଲା।

ସୁନ୍ଦରଗଡ଼ : ଦୁଇ ହାଇୱା ମୁହାଁମୁହଁ ଧକ୍କାରେ ଜଳିଗଲେ ଦୁଇ ଡ୍ରାଇଭର୍। ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଏସ୍ ଏଚ୍  ୧୦ କଇସରା ନିକଟରେ ଆଜି ଭୋର ସମୟରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁନ୍ଦରଗଡ଼ ପଟୁ ଯାଉଥିବା ଏକ ହାଇୱାକୁ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ହାଇୱା ଡିଭାଇଡର ଡେଇଁ ଧକ୍କା ଦେଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ମୁହୂର୍ତ୍ତକ ମଧ୍ୟରେ ଉଭୟ ଗାଡ଼ିରେ ହୁତୁ ହୁତୁ ହୋଇ ନିଆଁ ଲାଗିଯାଇଥିଲା। ଦୁର୍ଭାଗ୍ୟବଶତଃ ଉଭୟ ହାଇୱାର ଡ୍ରାଇଭର ଗାଡ଼ି ଭିତରୁ ବାହାରି ପାରିନଥିବାରୁ ସେମାନେ ଗାଡ଼ି ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି।

ଖବର ପାଇ ଭଷ୍ମା ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତ ଡ୍ରାଇଭରଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.