ଗୁଜୁରାଟ (ବରୋଦା ) :ଗତକାଲି ପହିଲି ରଜରେ ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ପକ୍ଷରୁ ୪୫ ତମ ରଜ ମହୋତ୍ସବ ପାଳନ ବହୁତ ଆଡମ୍ବର ସହ କରାଯାଇଥିଲା। ଏଥିରେ ପ୍ରାୟ ୪୦୦ ଓଡ଼ିଆ ପ୍ରବାସୀ ବନ୍ଧୁମାନେ ଯୋଗ ଦେଇଥିଲେ। ଏହା ଆଇ ଓ ସି ଏଲ୍ ଟାଉନସିପ ସ୍ଥିତ ସ୍ପନ୍ଦନ ହଲରେ ପାଳିତ ହୋଇଥିଲା। ଏଥିରେ ଆଇ ଓ ସି ଏଲ୍ ର ମାନନୀୟ ମୁଖ୍ୟ ଅତିଥି ସି ଜି ଏମ ( ଏଚ ଆର) ଡକ୍ଟର ଶ୍ରୀ ପ୍ରଶାନ୍ତ କୁମାର ରାଉତ, ପ୍ରଭୁ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଆଳତି ରେ ଯୋଗଦେଇ ସମାଜର କଲ୍ୟାଣ ମନାସି ଉତ୍ସବର ଶୁଭାରମ୍ଭ କରିଥିଲେ। ପରେ ଉତ୍କଳିକା ଦ୍ଵାରା ଆୟୋଜନ କରାଯାଇ ଥିବା ରକ୍ତ ଦାନ ଶିବିର ଉଦ୍ଘାଟନ କରିଥିଲେ। ବହୁତ ସଂଖ୍ୟାରେ ଲୋକ ମାନେ ରକ୍ତ ଦାନ କରିଥିଲେ।
ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତି ପୂଜା ଆଳତି ପରେ ରଜ ଗୀତ ସହ ସାଂସ୍କୃତିକ କାର୍ଯ୍ୟ ବହୁତ ଆନନ୍ଦମୟ ଥିଲା। ଆବାଳ ବୃଦ୍ଧ ବନିତା ଏଥିରେ ଭାଗ ନେଇ ପୁରସ୍କୃତ ହୋଇଥିଲେ।
ଏହି ଉତ୍ସବରେ ସମାଜ ର ସଭାପତି, ଉପ ସଭାପତି, ଅଫିସ କାର୍ଯ୍ୟ କର୍ତ୍ତା, ବରିଷ୍ଠ ସଭ୍ୟ ସଭ୍ୟା ତଥା ଅନେକ ସଭ୍ୟ ସଭ୍ୟା ପ୍ରବାସୀ ବନ୍ଧୁମାନେ ସେମାନଙ୍କ ପରିବାର ସହ ଯୋଗ ଦେଇ ଆନନ୍ଦ ନେଇଥିଲେ।



ପୋଡ଼ ପିଠା, ମଣ୍ଡା ପିଠା ଇତ୍ୟାଦି ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ହୋଇଥିଲା। ଫେସନ୍ ସୋ ର ଆୟୋଜନ କରାଯାଇଥିଲା। ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହିତ ସମ୍ମାନିତ କରା ଯାଇଥିଲା। ରଜ ରାଣୀ ଘୋଷିତ କରି , କୁନି ଝିଅଙ୍କୁ ପୁରସ୍କୃତ କରାଯାଇଥିଲା।
ଏତଦ୍ ବ୍ୟତୀତ ଏହି ଉତ୍ସବରେ କିଛି ସହଯୋଗକାରି ଦିଲୀପ ମଣ୍ଡଳ ବାବୁ, ଦାସ ବାବୁ, ନାରାୟଣ ଆଚାର୍ଯ୍ୟ ବାବୁ, ସୁଧିର ବାବୁ ତଥା ଉତ୍କଳିକାର ସାଂସ୍କୃତିକ କାର୍ଯ୍ୟଭାର ଟିମ ର ଉତ୍ସବ ପାଇଁ କରିଥିବା ପରିଶ୍ରମ କୁ ପ୍ରଶଂସା କରାଯାଇଥିଲା।
ପ୍ରସ୍ତାବିତ ଥିବା ଜଗନ୍ନାଥ ମନ୍ଦିର ନିର୍ମାଣ ବିଷୟରେ ଆଲୋଚନା କରାଯିବା ସହିତ ଉପସ୍ଥିତ କିଛି ଶ୍ରଦ୍ଧାଳୁ ମନ୍ଦିର ନିର୍ମାଣ ପାଇଁ ନିଜ ତରଫରୁ ସ୍ୱଇଛା ରେ ନିଜ ନିଜର ଆର୍ଥିକ ଅନୁଦାନ ଦାନ କରି ଥିଲେ ।ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ ର ବ୍ୟବସ୍ଥା ହୋଇଥିଲା।
ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ ର ବ୍ୟବସ୍ଥା କରାଯଇଥିବାରୁ ଉପସ୍ଥିତ ଓଡିଆ ଲୋକ ମାନେ ଓଡିଶା ଠୁ ଦୂରରେ ରହି ମଧ୍ୟ ଓଡିଆ ମାଟିର ରଜ ପର୍ବ ଭଳି ଗୁଜୁରାଟ ରେ କିଛି ସମୟ ପାଇଁ ଇଡ଼ିଶା ଥିବା ଭଳି ଅନୁଭବ କରିଥିଲେ ।
Comments are closed.