କୋଲକାତା : ବଢିଲା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ। ମମତାଙ୍କ କାଲିଘାଟ ବାସଭବନରେ ପହଞ୍ଚିଛି CID ଟିମ୍। ଏକ ଦୁର୍ନୀତି ମାମଲାର ତଦନ୍ତ ପାଇଁ CID ଟିମ୍ ପହଞ୍ଚିଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ପାଇଁ ସଂରକ୍ଷିତ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତି ସମ୍ପର୍କିତ ଏକ ପ୍ରସ୍ତାବରେ ଜାଲ ଦସ୍ତଖତ କରାଯିବା ମାମଲାରେ ଯାଞ୍ଚ ପାଇଁ ସିଆଇଡି ଟିମ ପହଞ୍ଚିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ କିଛି ଟିଏମସି ବିଧାୟକଙ୍କ ସ୍ୱାକ୍ଷରରେ ଜାଲିଆତି ଓ ଅସଙ୍ଗତି ର ତଦନ୍ତ ସହ ଜଡିତ। ସିଆଇଡି ସୋମବାର (୮ ଜୁନ୍ ୨୦୨୬) ଅଭିଷେକ ବାନାର୍ଜୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ ଜାରି କରିଥିଲା ଏବଂ ୯ ଜୁନ୍ ସନ୍ଧ୍ୟା ୫ଟା ସୁଦ୍ଧା ଦକ୍ଷିଣ କୋଲକାତାସ୍ଥିତ ସିଆଇଡି ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା। ସର୍ଚ୍ଚ ୱାରଣ୍ଟ ନେଇ CID ଟିମ୍ ପହଞ୍ଚିଥିବା ସୂଚନା।