ଆଠଗଡ : ୩ ମାସ ହେଲା ଭତ୍ତା ଟଙ୍କା ପାଇ ନଥିବା ଶତାଧିକ ବୃଦ୍ଧ, ବୃଦ୍ଧା, ବିଧବାଙ୍କ ସହ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକରେ ଜନ ପ୍ରତିନିଧିଙ୍କ ସହ ଧାରଣା ଦେଇଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତିଗିରିଆ ବ୍ଲକ କାର୍ଯାଳୟ ଓ ଆଠଗଡ଼ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ୩ ମାସ ହେଲା ଭତ୍ତା ଟଙ୍କା ପାଇ ନ ଥିବା ଶତାଧିକ ବୃଦ୍ଧା, ବୃଦ୍ଧ, ବିଧବାଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ମାନେ ଧାରଣା ଦେଇଥିଲେ। ଧାରଣାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ସରକାର ଗରିବ ବୃଦ୍ଧ, ବୃଦ୍ଧା ଓ ବିଧବାଙ୍କୁ ଧୋକା ଦେଇଥିବା କହିବା ସହ ସରକାର ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବନ୍ଦ କରି ତୁରନ୍ତ ଗରିବ ଅସହାୟଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିବାକୁ ଦାବି କରିଥିଲେ।
ତିଗିରିଆ ବ୍ଲକ ରେ ବିଭିନ୍ନ ଯୋଜନାରେ ୧୨୬୬୧ ଜଣ ହିତାଧିକାରୀ ଭତ୍ତା ପାଉଛନ୍ତି। ସେଥିମଧ୍ୟରୁ ମଧୁବାବୁ ପେନସନ ଯୋଜନାରେ ୭୮୯୨, ଜାତୀୟ ସାମାଜିକ ସହାୟତା ଯୋଜନାରେ ୪୭୬୯ ଜଣ ଭତ୍ତା ପାଉଛନ୍ତି। କେନ୍ଦ୍ରିୟ ଭତ୍ତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ୩ମାସ ହେଲା ମିଳିନାହିଁ। ଏ ନେଇ ପୂର୍ବରୁ ଜନପ୍ରତିନିଧି ମାନେ ତିଗିରିଆ ବିଡ଼ିଓଙ୍କୁ ତୁରନ୍ତ ବକେୟା ଭତ୍ତା ଟଙ୍କା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ତିଗିରିଆ ବ୍ଲକରେ ଯେଉଁ ହିତାଧିକାରୀ ଡିବିଟି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଭତ୍ତା ପାଉଛନ୍ତି ସେମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ସଂଖ୍ୟାରେ ପ୍ରତିବାଦ ସ୍ୱରୂପ ଧାରଣା ଦେଇଥିଲେ। ଧାରଣାରେ ତିଗିରିଆ ବ୍ଲକ ଅଧକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧକ୍ଷ ମାନସ ସାହୁ, ଜିଲ୍ଲାପରିଷଦ ସଭ୍ୟ ସଞ୍ଜୟ ମଲ୍ଲିକ, ସସ୍ମିତା ରାଉତଙ୍କ ସହିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଯୋଗଦେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଏବିଡ଼ିଓ ଯାଜ୍ଞସେନୀ ଗୋଛାୟତଙ୍କୁ ପ୍ରଦାନ କରିଥିଲେ।
ସେହିପରି ଆଠଗଡ ଏନ୍ଏସିର ବିଭିନ୍ନ ୱାର୍ଡର ୧୧୨୦ ଜଣ ହିତାଧିକାରୀ ୩ମାସ ଧରି ଭତ୍ତା ପାଇନାହାନ୍ତି। ଏହା ଉପରେ ନିର୍ଭରଶୀଳ ହିତାଧିକାରୀମାନେ ବାରମ୍ବାର ଵ୍ୟାଙ୍କ ଦୌଡ଼ି ନିରାଶ ହେଉଛନ୍ତି। ଏପରି ସ୍ଥଳେ ଏ ପ୍ରଶାସନିକ ଅଧିକାରୀ ନିରବ ରହୁଥିବାରୁ ଆଠଗଡ ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି ଶୁଭ୍ର ଶଙ୍କର ଜ୍ୟୋତି ଓ ଆଠଗଡ ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଓ ହିତାଧିକାରୀ ଏହି ଧାରଣାରେ ସାମିଲ ହୋଇଥିଲେ। ଧାରଣାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇଥିଲେ। ପ୍ରଥମେ ମହିଳା, ପରେ ଛାତ୍ରଛାତ୍ରୀ ଓ ଏବେ ବୃଦ୍ଧବୃଦ୍ଧା ଅସହାୟ ଦିଵ୍ୟାଙ୍ଗ ମାନଙ୍କୁ ନ୍ୟାୟ ଦେଵାରେ ସମ୍ପୂର୍ଣ ଵିଫଳ ଏ ସରକାର ନିର୍ଲଜ ପରି କାର୍ଯ୍ୟାକାଳ ବର୍ଷ ପୂର୍ତ୍ତି ଉତ୍ସଵ ପାଳନ କରୁଛନ୍ତି ବୋଲି କହି ରାଜା ସ୍ୱାଇଁ ତାଛଲ୍ୟ କରିଥିଲେ। ଏହି ଅସହାୟଙ୍କ ଅଭିଶାପରେ ସରକାର ଧ୍ଵଂସ ହେବ ଵୋଲି ମଧ୍ୟ ସେ କହିଥିଲେ। ପରେ ଧାରଣାରତ ବିଜେଡି ନେତା, କର୍ମୀ ଓ ହିତାଧିକାରୀ ବିଭିନ୍ନ ସରକାର ଵିରୋଧି ସ୍ଳୋଗାନ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ବିଜେଡ଼ି ସଭାପତି ମହମ୍ମଦ ଖାଲିଦ, କାଉନସିଲର ସିପ୍ରା ଦାସ, ମମତା ଦାସ, ମମତାମୟୀ ସେଠୀ, ଶୈଳବାଳା ସାମନ୍ତ, ପାର୍ବତୀ ରଣା, ଅଶୋକ ବାରିକ, ପ୍ରଶାନ୍ତ ବେହେରା, ସୁଶାନ୍ତ ଜେନା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦିପ୍ତ ଦାସ, ଯୁବନେତା ପ୍ରକାଶ ରାଉତ, ଅଲୁପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ପ୍ରଶାସନ ପକ୍ଷରୁ ସହକାରୀ ଜିଲ୍ଲାପାଳ କାଜଲ ସ୍ଵାଇଁ ସ୍ମାରକପତ୍ର ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.