ଆରଡି : ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗ ପାଇଁ ପ୍ରଶାସନ ପକ୍ଷରୁ ଵିସ୍ଥାପିତ ହେଵାକୁ ଥିବା ସେବାୟତ ପରିବାରଙ୍କର ବାସଗୃହ ସହ ଦୋକାନ ଗୃହର ଉଛେଦ କାର୍ଯ୍ୟ ଗତ ମଙ୍ଗଳବାର ଠାରୁ ଜାରି ରହିଛି। ଏପରିକି ବଡ଼ବଡ଼ କୋଠାଘରକୁ ଉଚ୍ଚ ସମ୍ପନ୍ନ ବୁଲଡୋଜର ଦ୍ଵାରା ଭଙ୍ଗା ଯାଉଥିବାରୁ ବାବାଙ୍କ ଶହଶହ ଵର୍ଷର ମନ୍ଦିରର ଭିତ୍ତିଭୂମୀ ଦୋହଲିବା ସହ ବେଢ଼ା ପ୍ରାଚେରୀର ବଡ଼ ଫାଟ ସୃଷ୍ଟି ହୋଇଛି। ତାହାସହ ଶିବଗଙ୍ଗା ପୁଷ୍କରିଣୀ ସୁରକ୍ଷା ପ୍ରାଚେରୀର ୧୫ଫୁଟ ଲମ୍ବର ଫାଟ ସୃଷ୍ଟି ହୋଇଛି।
ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗର ଵିନା ଅନୁମୋଦନରେ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଚ ସମ୍ପନ୍ନ ବୁଲଡୋଜର ଦ୍ୱାରା ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ବୁଲଡୋଜର ଶଦ୍ଧ ପ୍ରଦୂଷଣ କରିବା ସହ ୨ମହଲା ଠାରୁ ଆରମ୍ଭ କରି ୪ମହଲା କୋଠାଘରକୁ ଭଙ୍ଗା ଯାଉଥିବାରୁ ମନ୍ଦିର ପ୍ରାଚେରୀ ଓ ମୁଖ୍ୟ ମନ୍ଦିର ଥରୁଥିବା ଅଭିଯୋଗ ହୋଇଛି। ମନ୍ଦିର ପରଧି ଠାରୁ ୧୦/୧୫ ଫୁଟ ବ୍ୟବଧାନରେ ଭଙ୍ଗ ଯାଉଥିବାରୁ ଶହଶହ ବର୍ଷର ମୁଖ୍ୟ ମନ୍ଦିର ସୁରକ୍ଷିତକୁ ନେଇ ସେବାୟତମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ପାଇଁ ପାଣି ଶୁଖା ହୋଇଥିବାରୁ ପଶ୍ଚିମ ପାର୍ଶ୍ଵ ସୁରକ୍ଷା ପ୍ରାଚେରୀର ୧୫ଫୁଟ ଲମ୍ବର ଫାଟ ଦେଖାଦେଇଛି। ତାହାସହ ପୁଷ୍କରିଣୀକୁ ଲାଗି କରି ପ୍ରବେଶ ଦ୍ଵାର ଥିବାରୁ ବୁଲଡୋଜର ପ୍ରଭାବରେ ବଡ଼ ଫାଟ ସୃଷ୍ଟି ହେବା ସହ ପାର୍ଶ୍ୱ ଦେଵାଵୀଙ୍କ ମୂର୍ତ୍ତୀ ଭାଙ୍ଗି ଯାଇଛି। ବିଗତ ବର୍ଷରେ ପୁଷ୍କରିଣୀର ଜଳ ଶୁଖା ଯାଇ ସୁରକ୍ଷା ପ୍ରାଚୀରୀ କାର୍ଯ୍ୟ ଚାଲୁଥିବା ବେଳେ ଲକ୍ଷାଧିକ ଟଙ୍କାରେ ନିର୍ମିତ ଢ଼ଳେଇ କାନ୍ଥ ଧସୀଯାଇଥିଲା। ଏବେ ମୁଖ୍ୟ ପ୍ରବେଶ ଦ୍ଵାରରେ ଫାଟ ଦେଖା ଦେବା ସହ ଚଟାଣ ଦବୁ ଥିବାରୁ ବିପଦ ଦେଖା ଦେଇଛି।