*ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି ବିଦ୍ୟୁତ ତାର, ଭୟରେ ଗ୍ରାମବାସୀ *

0
ରା -ଉଦୟଗିରି 07/06/2026 ରାଜ୍ୟରେ ବିଦ୍ୟୁତ ବିଭାଗର ସୁପରିଚାଳନା ପାଇଁ ସରକାର ଟାଟା ପାୱାର କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି କିନ୍ତୁ ଟାଟାପାୱାର କମ୍ପାନୀର କର୍ମଚାରୀ ମାନଙ୍କ ବେପରୁଆ ଓ ମନମୁଖୀ କାର୍ଯ୍ୟପାଇଁ ଦୁର୍ଗମରେ ନିରୀହ ଲୋକେ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଧିକାଂଶ ସମୟରେ ଚିତ୍ର ଦେଖିବାକୁ ମିଳୁଛି l ଗଜପତି ଜିଲ୍ଲା ରା -ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଞ୍ଚାୟତର କୁଶପଲ୍ଲୀ ଗାଁରେ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁକୁ ଯାଇଥିବା ବିଦ୍ୟୁତ ଲାଇନର ପୁରୁଣା ତାର ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ବର୍ତ୍ତମାନ ତାହାର ଆବରଣ ଛିଣ୍ଡିଯାଇ ଭିତରର ତାର ବାହାରକୁ ଦେଖାଯାଉଛି। ଏହି ବିପଦଜନକ ତାର ଘରବାଡ଼ି ଉପରେ ଝୁଲି ରହିଥିବାରୁ ସ୍ଥାନୀୟ ଲୋକମାନେ ସବୁବେଳେ ଭୟ ଓ ଆତଙ୍କ ମଧ୍ୟରେ ଜୀବନ ଯାପନ କରୁଛନ୍ତି। ବର୍ଷା, ପବନ କିମ୍ବା ଝଡ଼ ସମୟରେ ଯେକୌଣସି ମୁହୂର୍ତ୍ତରେ ତାର ଛିଣ୍ଡି ପଡ଼ି ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ବିଦ୍ୟୁତ ବିଭାଗ ଏବଂ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଅନେକ ଥର ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ଯେକୌଣସି ସମୟରେ ଜନଧନ ହାନି ଘଟିବାର ସମ୍ଭାବନା ଦେଖାଦେଇଛି। ସ୍ଥାନୀୟ ଲୋକେ ତୁରନ୍ତ ଏହି ପୁରୁଣା ଓ କ୍ଷତିଗ୍ରସ୍ତ ବିଦ୍ୟୁତ ତାରକୁ ବଦଳାଇ ନୂତନ ତାର ସ୍ଥାପନ କରିବା ପାଇଁ ଦାବୀ କରିଛନ୍ତି l  ଏହି ବାବଦରେ ଆମେ ସମ୍ପୃକ୍ତ ବିଭାଗର କନିଷ୍ଟଯନ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଫୋନ ଉଠାଇନଥିଲେ l  ଟାଟା ପାୱାର ଏବଂ ସମ୍ପୃକ୍ତ ବିଭାଗ ଏହି ଗୁରୁତର ସମସ୍ୟା ପ୍ରତି କେତେ ଶୀଘ୍ର ଦୃଷ୍ଟି ଦେଉଛନ୍ତି ଓ ଦୁର୍ଘଟଣା ଘଟିବା ପୂର୍ବରୁ କେବେ ପଦକ୍ଷେପ ନେଉଛନ୍ତି ତାକୁହିଁ ସମସ୍ତଙ୍କ ନଜର?
Leave A Reply

Your email address will not be published.