କେନ୍ଦ୍ରାପଡ଼ାରେ ବାଣ ବିସ୍ଫୋରଣ, ମହିଳା ଗୁରୁତର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତେରଗାଁ ପଞ୍ଚାୟତର ଓସ୍ତର ଗ୍ରାମରେ ବାଣ ବିସ୍ଫୋରଣ ଘଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ବେଆଇନ୍ ଭାବେ ଗଚ୍ଛିତ ଥିବା ବାଣ ପ୍ରବଳ ଗ୍ରୀଷ୍ମ ଉତ୍ତାପ ଯୋଗୁ ସ୍ୱତଃ ବିଷ୍ଫୋରଣ ହୋଇଥିଲା।ଏହାଦ୍ୱାରା ବାଣ ଗଚ୍ଛିତ ରହିଥିବା ୩ ବଖରା ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଖବର ନେବାରୁ ଜଣାପଡିଛି ଆଜି ଦିନ ୨ଟା ସମୟରେ ଏହି ଗ୍ରାମର ଆଦିକନ୍ଦ ମଲ୍ଲିକ ତାଙ୍କ ଘରେ ବାଣ ତିଆରି କରୁଥିବା ବେଳେ ହଠାତ ବିସ୍ପୋରଣ ଘଟିଥିଲା।ବିସ୍ପୋରଣ ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ର ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ । ଏହି ବିସ୍ପୋରଣରେ ଆସିକନ୍ଦଙ୍କ ଭାଉଜ ବିଳାସୀ ଗୁରୁତର ଆହତ ହୋଇଥିଲେ । ବିଳାସୀଙ୍କୁ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି । ଖବର ପାଇ ମାର୍ଶାଘାଇରୁ ଦମକଳ ଗାଡି ଆସି ନିଆଁକୁ ଆୟତ କରିଛି । ମାର୍ଶାଘାଇ ଥାନା ପୁଲିସ ଘଟଣା ସ୍ଥାଳରେ ପହଞ୍ଚି ବିସ୍ପୋରଣ ସମ୍ପର୍କରେ ଯାଞ୍ଚ କରୁଛି ।