ଭୁବନେଶ୍ଵର: ଭୁବନେଶ୍ୱରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ ପରେ ମନ୍ତ୍ରୀ ପ୍ରଦର୍ଶନୀ ବୁଲି ଦେଖିଛନ୍ତି।
କାର୍ଯ୍ୟକ୍ରମରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଜ୍ୟୋତ୍ସ୍ନା ରାଉତ, ଏବିଭିପିର ଜାତୀୟ ସଭାପତି ପ୍ରଫେସର ରଘୁରାଜ କିଶୋର ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।