ଭ୍ରାତୃଭକ୍ତ ଭରତ
(ଭ୍ରାତୃ ଦିବସ ଉପଲକ୍ଷେ)
==============
ଶ୍ରୀରାମ ଜନକ ଦଶରଥ ମହାରାଜା l
ଅଯୋଧ୍ୟାରେ ପୁତ୍ରବତ ପାଳୁଥାନ୍ତିପ୍ରଜା ll
ଏକ ଦିନେ ବିଚାରିଲେ ରାଜା ଦଶରଥ l
ଯୁବ ରାଜ ପଦେ କରି ରାମ ଅଭିଷିକ୍ତ ll
ରାଜଧର୍ମ ଗୋଟି ମୋର କରିବି ସମାପ୍ତ l
ସର୍ବସୁଖ ଧାମେ କରି ରାଜ୍ୟ ସମର୍ପିତ ll
ବିଧାତା ବିଧାନେ କିନ୍ତୁ ରହି ଥିଲା ଭିନ୍ନ l
ମହାରାଣୀ କଇକେଇ ଭିଆଇଲେବିଘ୍ନ ll
କୁବୁଜି ମନ୍ଥରା ଫୁଙ୍କି ଦେଲା କି ମନ୍ତର l
ରାଜାଙ୍କୁ ମାଗିବସିଲେ ରାଣୀ ପୂର୍ବବର ll
ପ୍ରଥମେ ଶ୍ରୀରାମ ଯାଇ ଚଉଦ ବରଷ l
ବନ୍ୟ ଫଳମୂଳ ଖାଇ କରୁ ବନ ବାସ ll
ଭରତ ମୋହର ପୁତ୍ର ଦ୍ୱିତୀୟ ବରରେ l
ଯୁବ ରାଜ ହେବ ଏହି ଅବଧ ନବରେ ll
ଶ୍ରୀରାମ ଶୁଣିଲେ ଯହୁଁ ପିତୃସତ୍ୟ କଥା l
ବନକୁଚଳିଲେ ସଙ୍ଗେଲକ୍ଷ୍ମଣ ଓ ସୀତା ll
ମାତୁଳ ଗୃହରୁ ଶ୍ରୀ ଭରତ ଫେରି ଆସି l
ଦେଖନ୍ତି ଅବଧପୁରୀ ରାହୁ ଅଛି ଗ୍ରାସୀ ll
ମାତାଙ୍କୁ ଝିଙ୍ଗାସ କରି ନାନା ପରକାର l
ମୃତ ପିତାଙ୍କର କଲେ ଦାହ ସଂସକାର ll
ଜ୍ୟେଷ୍ଠଭାଇ ରାମ ଅଯୋଧ୍ୟାପୁର ରାଜା l
ମୁଁ କିଙ୍କର ତାଙ୍କର ଚରଣ ମୋର ପୂଜା ll
ଏମନ୍ତେ ବିଚାରେ ଯାଇ ଭ୍ରାତୃଭକ୍ତ ଭ୍ରତ l
ପହଞ୍ଚିଲେ ମନ୍ଦାକିନୀ ତଟେ ଚିତ୍ରକୁଟ ll
ପ୍ରଭୁ ଚାଲ ହତଭାଗ୍ୟେ ଅନୁଗ୍ରହ କରି l
ତୁମ୍ଭବିନାଶୂନ୍ୟ ଭାଇ ଅଯୋଧ୍ୟାନଗରୀ ll
ପ୍ରଭୁ ବୁଝାଇଲେ ବାବୁ ଶୁଣରେ ଭରତ l
ପିତୃ ସତ୍ୟ ପାଳନ ଏ କର୍ତ୍ତବ୍ୟ ମହତ ll
ଏମନ୍ତ ବୋଲିଣ ପ୍ରଭୁ କୋଳକରି ଭାଇ l
କହନ୍ତି ଶାସନ କର ବାବୁ ଫେରି ଯାଇ ll
ଭରତ ବୋଲନ୍ତି ତହୁଁ ଅଶ୍ରୁ ମୁଖ ହୋଇ l
ରାମ ବିନେ ଜୀବନ ରଖିବି କାହିଁ ପାଇଁ ll
ଯଦ୍ୟପି ଅଯୋଧ୍ୟା ମୁହିଁ କୁହ ଫେରିଯିବି l
ପାଦୁକା ପ୍ରଭୁ ହେ ଦିଅ ଆସନେ ପୁଜିବି ll
ଦୟାମୟ ପ୍ରଭୁ ଦେଲେ ପାଦୁକା ବଢ଼ାଇ l
ପାଦୁକା ମୁଣ୍ଡାଇ ଚାଲେ ଭ୍ରାତୃଭକ୍ତ ଭାଇ ll
ଯୁଗେଯୁଗେ ସଂସାରରେ କଥା ଥିବ ରହି l
ଭରତ ସମାନେ କେହି ଭ୍ରାତୃ ଭକ୍ତ ନାହିଁ ll
ଆଜି ଭ୍ରାତୃ ଦିବସରେ ମନେ ପଡ଼େ ଅତି l
ନମସ୍ତେ ହେ ଭ୍ରାତୃଭକ୍ତ ମାଣ୍ଡଭୀଙ୍କ ପତି ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post