ପାରାଦୀପର ବିଭିନ୍ନ ସ୍ଥାନରେ ରେଡ କରାଯାଇଛି। ୨୨ ମଦୁଆଙ୍କୁ ଉଠାଇନେଲା ପୋଲିସ।
ପାରାଦୀପ : ପାରାଦୀପ ପୋଲିସ ଏବଂ ଜଗତସିଂହପୁର ଜିଲ୍ଲା ପ୍ରଶାସନର ରାତି ଅଧିଆ ଚଢାଉ। ପାରାଦୀପ ବଡପଡିଆ, ଅଠରବାଙ୍କି, ଇଫକୋ ଛକ, ଓଏସଏଲ ଲେନରେ ରେଡ କରାଯାଇଛି। ୨୨ ମଦୁଆଙ୍କୁ ଉଠାଇନେଲା ପୋଲିସ। ଅଫ୍ ସପ୍ ପରିସରରେ କିମ୍ବା ଅନ୍ ସପ୍ ବାହାରେ ମଦ ପିଇଲେ ମଦ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି।
ପାରାଦୀପ ଅଞ୍ଚଳରେ ତେଲ, କୋଇଲା, ବାଲି, ମାଟି ମାଫିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପରେ ମଦୁଆ ଏବଂ ଅସାମାଜିକଙ୍କୁ ସାବାଡ କରିବାକୁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ଜିଲ୍ଲାପାଳ ଜେ ସୋନାଲ ଏବଂ ଏସପି ଅଙ୍କିତ ବର୍ମା। ଗତ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ବିଳମ୍ବିତ ରାତି ଯାଏ ରୋଡ ବ୍ଲକିଂ ଚେକିଂ କଡ଼ାକଡ଼ି କରିଥିଲେ।