ଭୁବନେଶ୍ବର : ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। ରାତି ୧୦ଟା ୩୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ନିତିନ। ଭୁବନେଶ୍ବର ପହଞ୍ଚିବା ପରେ ନିତିନ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପୁରୀରୁ ଭୁବନେଶ୍ବର ଫେରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ବୈଠକ ନେବେ। ସେହିଭଳି ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ମଧ୍ୟ ନିତିନ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ପରେ ଖୋର୍ଦ୍ଧାରେ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ପ୍ରଶିକ୍ଷଣକୁ ଉଦଘାଟନ କରିବେ। ଆସନ୍ତାକାଲି ରାତିରେ ନିତିନ ପୁଣି ଦିଲ୍ଲୀ ଫେରିଯିବା ନେଇ ଦଳୀୟ ମୁଖପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Comments are closed.