କଟକ : ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା, ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବୁଲାନ୍ସ ମାଲିକ। କହିଲେ, ତେଲ ଥିଲା, ଯାନ୍ତ୍ରିକ ତ୍ରୁଟି ପାଇଁ ଆମ୍ବୁଲାନ୍ସ ବନ୍ଦ ହୋଇ ଯାଇଥିଲା। ଗାଡ଼ିରେ ପର୍ଯ୍ୟାପ୍ତ ତେଲ ଅଛି, ଆହୁରି ୨୫୦/୩୦୦ କିମି ଯାଇପାରିବ।
ତେବେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ ବିଷପିଇ ଗୁରୁତର ହେବାରୁ ପରିବାର ଲୋକେ କଟକ ଏସସିବି ମେଡିକାଲକୁ ଆଣିଥିଲେ। ତେବେ ସେଠାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍ କୁ ଘରୋଇ ଆମ୍ବୁଲାନ୍ସ ରେ ସ୍ଥାନାନ୍ତରିତ କରିଥିଲେ। ଯିବାବେଳେ କାଠଯୋଡ଼ି ନଦୀ ବ୍ରିଜ ଉପରେ ଆମ୍ବୁଲାନ୍ସ ବନ୍ଦ ହୋଇଯାଇଥିଲା। କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିଲା।
Comments are closed.