ଗୁଜରାଟ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୁଜରାଟ ଗସ୍ତ ଅବସରରେ ଗାନ୍ଧୀନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ନେତାଙ୍କ ମଧ୍ୟରେ ଶିକ୍ଷା ଏବଂ ନବସୃଜନ କ୍ଷେତ୍ରରେ ଗୁଜରାଟର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।
ଏହା ପୂର୍ବରୁ ଶ୍ରୀ ପ୍ରଧାନ ଆଇଆଇଏମ ଅହମ୍ମଦାବାଦ ପରିସରରେ ଆୟୋଜିତ ଆଇଆଇଏମ ସମୂହର ‘ସମନ୍ୱୟ ମଞ୍ଚ’ ବା କୋର୍ଡିସେନସ ଫୋରମ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ‘ବିକଶିତ ଭାରତ-୨୦୪୭’ ର ସ୍ୱପ୍ନକୁ ସାକାର କରିବାରେ ଆଇଆଇଏମ ଗୁଡ଼ିକର ଭୂମିକା ଉପରେ ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା। ଶ୍ରୀ ପ୍ରଧାନ କହିଥିଲେ, ଦେଶର ସମସ୍ତ ଆଇଆଇଏମ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସଶକ୍ତ ଶିକ୍ଷା ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ । ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ସହ ବିଶ୍ୱସ୍ତରୀୟ ଶିକ୍ଷାଦାନ ପଦ୍ଧତି ଆପଣେଇବାକୁ ହେବ । ନୂତନ ଇନୋଭେସନକୁ ପ୍ରୋତ୍ସାହନ ଦେଇ ଆଇଆଇଏମ ଶିକ୍ଷାକୁ ଆନ୍ତର୍ଜାତୀୟ ସ୍ତରରେ ଶୀର୍ଷରେ ପହଞ୍ଚାଇବା ପାଇଁ ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ବୈଷୟିକ ଜ୍ଞାନ ସହ ସାମାଜିକ ଦାୟିତ୍ୱବୋଧ ଏବଂ ନୈତିକ ନେତୃତ୍ୱ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ଆଇଆଇଏମ ଗୁଡ଼ିକ କେବଳ ଶିକ୍ଷାନୁଷ୍ଠାନ ନୁହଁନ୍ତି, ବରଂ ଦେଶ ଗଠନ ଏବଂ ଆର୍ଥିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ । ନେତୃତ୍ୱ ଏବଂ ପରିଚାଳନା ଶିକ୍ଷା କ୍ଷେତ୍ରରେ ଏହା ସମଗ୍ର ବିଶ୍ୱ ପାଇଁ ଆଦର୍ଶ ସାଜିଛି । ଆଗାମୀ ଦିନରେ ଏହି ଅନୁଷ୍ଠାନଗୁଡ଼ିକ ଏକ ସୁଦୃଢ଼ ଇନୋଭେସନ ପରିବେଶ ସୃଷ୍ଟି କରି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ପ୍ରମୁଖ ସହାୟକ ହେବେ।
ଏହି ବୈଠକରେ ଆଇଆଇଏମର ନିର୍ଦ୍ଦେଶକ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ନିଜର ମତାମତ ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.