ଭୁବନେଶ୍ବର : ମେ ୩୦ରୁ ଆରମ୍ଭ ହେବ SIR ପ୍ରକ୍ରିୟା। ମେ ୩୦ ତାରିଖରୁ ଜୁନ ମାସ ୨୮ ତାରିଖ ଯାଏଁ ଘର ଘର ବୁଲିବେ ବିଏଲଓ। ସେପ୍ଟେମ୍ବର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୦ ହଜାର ଭୋଟର ବାଦ ପଡିଛନ୍ତି। ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କୁ ବାହାର କରାଯିବ।
ରାଜ୍ୟରେ ଏବେ ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି। ନୂଆ ଭୋଟରଙ୍କୁ ଯୋଡିବା ପାଇଁ ବ୍ଲାକ ୬ ଫର୍ମ ଅଛି। ରାଜ୍ୟରେ SIRର ପ୍ରକ୍ରିୟା କଣ ରହିବ, ସେନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ବିସ୍ତୃତ ସୂଚନା ଦେଇଛନ୍ତି ।
ଓଡିଶାରେ ଆରମ୍ଭ ହେବାକୁ ଯାଉଛି SIR। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହାରିଚନ୍ଦନ। ଏହା ହେବା ଫଳରେ ଓଡ଼ିଶାରେ ଭୋଟର ଲିଷ୍ଟ ତ୍ରୁଟି ଶୂନ୍ୟ ହେବ। ଗଣତନ୍ତ୍ର ଉପରେ ଲୋକଙ୍କ ଅଧିକ ବିଶ୍ୱାସ ସୃଷ୍ଟି ହେବ। କ୍ଲିନ ଭୋଟର ଲିଷ୍ଟ କୁ ନେଇ ନିର୍ବାଚନ ହେବ | ଆଗାମୀ ଦିନରେ ଏହା ଶୁଭଙ୍କର ହେବ ବୋଲି କହିଛନ୍ତି ମନ୍ତ୍ରୀ।
Comments are closed.