ରାଜ୍ୟରେ ତେଲର ଅଭାବ ନାହିଁ:ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା

0

ଭୁବନେଶ୍ଵର : ଦେଶରେ ଇନ୍ଧନ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ପେଟ୍ରୋଲପମ୍ପରେ ଲାଗିଛି ଲମ୍ବା ଧାଡି।ପେଟ୍ରୋଲପମ୍ପ ଗୁଡିକରେ ଏବେ କୁରୁକ୍ଷେତ୍ର ପାଲଟିଥିବା ବେଳେ ତେଲ ପାଇଁ ଗ୍ରାହକଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପେଟ୍ରୋଲ ସଙ୍କଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପାରାଦୀପରେ ତେଲ ରିଫାଇନାରି ଅଛି। ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି। ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେଲ ନେଇ କୌଣସି କଟକଣା କରାଯାଇନାହିଁ । କୌଣସି ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । ଗହଳିକୁ ନଜରରେ ରଖି କିଛି ଟାଙ୍କିରେ କିଛି ନିୟମ କରିଛନ୍ତି । ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ। ଆତଙ୍କିତ ହୋଇ ତେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ଅଛି ପେଟ୍ରୋଲ ଏବଂ ଡିଜେଲ । ପ୍ୟାନିକ ହୁଅନ୍ତୁ ନାହିଁ କିମ୍ବା ଭିଡ଼ କରନ୍ତୁ ନାହିଁ ବୋଲି କହିଛନ୍ତି IOCLର CGM କମଲ ସିଲ କହିଛନ୍ତି, କୌଣସି ସ୍ଥାନରେ ପେଟ୍ରୋଲ କିମ୍ବା ଡିଜେଲର ଅଭାବ ନାହିଁ । ଅଧିକ ପେଟ୍ରୋଲ, ଡିଜେଲ କିଣି ମହଜୁଦ କରନ୍ତୁ ନାହିଁ । ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ । ତେବେ ଗତ ଦୁଇ ଦିନରେ ୩୦ ପ୍ରତିଶତ ପେଟ୍ରୋଲ, ଡିଜେଲ ବିକ୍ରି ବଢି ଯାଇଥିବା କହିଛନ୍ତି କମଲ ସିଲ୍ ।

ସଙ୍କଟ ଭିତରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇହୋଇଛି। ୨୦୨୨ ପରେ ପ୍ରଥମ ଥର ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି।

Leave A Reply

Your email address will not be published.