ବଲାଙ୍ଗିର : ଫାଇଲ୍ ଚିରିଦେଲେ ଚେୟାରମ୍ୟାନ। ବଲାଙ୍ଗିର ପାଟଣାଗଡ଼ ବ୍ଲକ୍ ଅଫିସ ଭିତରେ ଘଟିଛି ଏଭଳି ଘଟଣା। ଗତକାଲି ବ୍ଲକ ଅଫିସର ମୁଖ୍ୟକିରାଣୀଙ୍କ ଟେବୁଲ ଉପରେ ଥିବା ରାସ୍ତା କାମର ଫାଇଲକୁ ଚିରିଦେଇଥିଲେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ। ଆଉ ପୁରା ଘଟଣା କଏଦ ହୋଉଛି ସିସିଟିଭିରେ। ସରକାରୀ ଫାଇଲକୁ ଚିରିବା ଅଭିଯୋଗ ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବି.ଡି.ଓ ସୁମନ ମିଞ୍ଜ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମଲ୍ଲିକମୁଣ୍ଡାରୁ ଧାତୁକ ରାସ୍ତା କାମର ଫାଇନାଲ ବିଲ ପାଇଁ ମୁଖ୍ୟକିରାଣୀଙ୍କ ନିକଟରେ ଲାଗିଥିବା ଫାଇଲକୁ ଚିରିଦେଇଥିଲେ ବ୍ଲକ ଅଧ୍ୟକ୍ଷ। ଠିକା କାମ ଭଗବଣ୍ଟାକୁ ନେଇ ଏପରି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି।
Sign in
Sign in
Recover your password.
A password will be e-mailed to you.
Comments are closed.