ରଘୁନାଥ ଜୀଉ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଟକ : କଟକ ରଘୁନାଥ ଜୀଉ ମହାବିଦ୍ୟାଳୟର ପୁର୍ବତନ ଉପlଧକ୍ଷ ତଥା ବରିଷ୍ଠ ଅର୍ଥନୀତି ଅଧ୍ୟାପକ ଡ଼. ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଚନ୍ଦ୍ରମୋହନ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅର୍ଥନୀତିଜ୍ଞ ତଥା ପୂର୍ବତନ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ. ସତ୍ୟକାମ ମିଶ୍ର, ମହାବିଦ୍ୟାଳୟର ପୁର୍ବତନ ପରିଚାଳନା କମିଟି ର ସଭାପତି ଇଁ ରଘୁନାଥ ପ୍ରାସାଦ ଦାସ୍, ପୂର୍ବତନ ସଂପାଦକ ନୃସିଂହ ଚରଣ ପାତ୍ର, ୬୬୨ ଶିକ୍ଷକ ସଂଘର ସଭାପତି ଅଧ୍ୟାପକ ଡ ଗୋଲକ ଚନ୍ଦ୍ର ନାୟକ ଓ ସଂପାଦକ ଡ଼ . ଗଗନ ବେଉରା ଯୋଗ ଦେଇ ଡ. ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ବୃତ୍ତିରେ ଯଦିଓ ଡ. ପଣ୍ଡା ଜଣେ ଛାତ୍ର ବାତ୍ସଳ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଥିଲେ କିନ୍ତୁ ଦୀର୍ଘ ୩୪ ବର୍ଷ ର କର୍ମମୟ ଜୀବନରେ ବିଭିନ୍ନ ଘlତ ପ୍ରତିଘlତ ପରିସ୍ଥିତି ରେ ସମ୍ମୁଖୀନ ହୋଇ ମଧ୍ୟ ଜୀବନ ଯୁଦ୍ଧ ରେ କେବେ ହlରିଯାଇ ନଥିଲେ ବରଂ ମହାବିଦ୍ୟାଳୟର ପୂର୍ଣ୍ଣ ବିକାଶରେ ନିଜକୁ ସମ୍ପୂର୍ଣ ସମର୍ପିତ କରିଥିଲେ। ଅନୁଷ୍ଠାନର ଶୈକ୍ଷିକ ଭୌଗୋଳିକ କଳେବର, ଶିକ୍ଷା ବ୍ୟବସ୍ଥା, କ୍ରୀଡ଼ା ଓ ସାଂସ୍କୃତିକ ଉକ୍କର୍ଷତl ପ୍ରତିପାଦନ କରି ସମାଜ ସେବାରେ ମଧ୍ୟ ନିଜର ନିରବିଛିନ୍ନ ପ୍ରତିବଦ୍ଧତା ଓ ସଂକଳ୍ପ ବଦ୍ଧତl ଦ୍ବାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ କେବଳ ସେତିକି ନୁହେଁ ସମକାଳୀନ ବେସରକାରୀ ମହାବିଦ୍ୟାଳୟ ରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ବେଇ ଗଠିତ ସଂଘ ମାଧ୍ୟମରେ ନେତୃତ୍ଵ ନେଇ ସରକାରଙ୍କ ପାଖରେ ମହାବିଦ୍ୟାଳୟର ଅଧ୍ୟାପକ ଙ୍କ ଦାବୀ ଉପସ୍ଥାପନ କରି ସମସ୍ତ ଙ୍କ ପ୍ରିୟ ଭlଜନ ହୋଇ ପାରିଥିଲେ। ତାଙ୍କର ସେବା ମନୋ ଭାବ ସମସ୍ତ ଙ୍କୁ ନିଶ୍ଚୟ ଉଦବୁଦ୍ଧ କରିବ ଏଥିରେ ସନ୍ଦେହ ନାହିଁ।
ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ମହାବିଦ୍ୟାଳୟ ପକ୍ଷରୁ ଏବଂ ବିଭିନ୍ନ ମହାବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ଡ଼ ପଣ୍ଡାଙ୍କୁ ମାନପତ୍ର ଓ ପୁଷ୍ପଗୁଛ ଓ ସାଲ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇ ଥିଲା। ଅଧ୍ୟାପିକା ତନୁଜା ରାଉତ୍ ମାନପତ୍ର ପାଠ କରିଥିଲେ ମହାବିଦ୍ୟାଳୟ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଇଁ ସୁବିର ଦାସ, ଡ଼. ମିନତି ପlତ୍ର, ପତ୍ନୀ ପ୍ରଫେସର୍ ଡ. ଅବନ୍ତିକl କର, ସମେତ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ।


ଶ୍ରୀ ସାଧୁ ଚରଣ ଦାସ, ପ୍ରମୋଦl ଦାସ୍, ଡ଼. ସତ୍ୟଜିତ ମହାପାତ୍ର, ଡ଼. ପ୍ରଫେସର୍ ସୁରେଖା ସୁନ୍ଦରୀ ସ୍ୱାଇଁ, ୬୬୨ ମହାବ୍ୟାଳୟ ସଂପାଦକ ଯେ . ସତlପ ଉଦ୍ଧିନ, ଉପସଭାପତି ଡ଼. ତପନ ଜେନା, ପଟିଆ ଏମ ଡି କଲେଜ ର ଅଧକ୍ଷ ଡ. ପ୍ରଶାନ୍ତ ରାଉତ , ଅଧ୍ୟାପକ ଡ. ହେମନ୍ତ କୁମାର ପରିଡ଼ା, ଡ. ସୋମନାଥ ମିଶ୍ର, ବିଜୟ କୁମାର୍ ମହାନ୍ତି, ଶ୍ରୀ ସାଧୁ ଚରଣ ଦାସ, ବରିଷ୍ଠ ଅଧ୍ୟାପକ ଡ଼. ସରୋଜ ଦlଶ, ଡ଼ ଅକ୍ଷୟ ନାୟକ, ଅଧ୍ୟାପିକା ଅନିମା ମହପ୍ରସସ୍ଥ୍, ମୀରା ବେଉରା, ଡ. ସୁଧlମୟୀ ବେହୁରା ଡ଼ ପଣ୍ଡାଙ୍କ ସୁନ୍ଦର କର୍ମମୟ ଜୀବନ କିଭଳି ଆହୁରି ଉଜ୍ଜ୍ୟଳମୟ ହେଵ ଓ ସମାଜ ପ୍ରତି ପ୍ରତିଶୃତିଦ୍ଧ ହେବ ସେହି ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ ।
କାର୍ଯ୍ୟକ୍ରମ କୁ ଅଧ୍ୟାପିକା କlନ୍ତିରେଖl ବିଶ୍ଵାଳ ସଂଯୋଜନା କରିଥିଲେ। ବରିଷ୍ଠ ଅଧ୍ୟାପକ ଏକାଦଶୀ ସାହୁ, ଅଧ୍ୟାପକ ପ୍ରଦୀପ୍ତ କୁମାର ନାୟକ ଅଧ୍ୟାପକ ପ୍ରଶାନ୍ତ କୁମାର ପ୍ରଧାନ , ଅଧ୍ୟାପକ ପ୍ରିୟନାଥ ମିଶ୍ର, ଅଧ୍ୟାପକ ନିହାର ରଞ୍ଜନ ରଥ, ପ୍ରସାନ୍ତ ଦାସ୍, ଅଧ୍ୟାପିକା ଅମ୍ରିତା ଲେଙ୍କା , ସ୍ମୃତି ରଂଜନ ସ୍ୱାଇଁ, ଅଧ୍ୟାପକ ତରୁଣ ସାମଲ, ଅଧ୍ୟାପିକା ତୃପ୍ତି ମିତ୍ରl କର, ରୋଜାଲିନ ସାମଲ , ରମେଶ ଚନ୍ଦ୍ର ବିଶ୍ବାଳ , ଅଧ୍ୟାପିକା ଚନ୍ଦନl ମହାନ୍ତି ଓ ସସ୍ମିତା ବିଶ୍ଵାଳ, ଲକ୍ଷ୍ମୀ ବାରିକ, ଅନନ୍ତ ଚରଣ ବେହେରା ପ୍ରମୁଖ କାର୍ଯକ୍ରମକୁ ପରିଚାଳନା କରିଥିଲେ। ଏହି ଉତ୍ସବରେ ପୁର୍ବତନ ଅଧ୍ୟାପକ ଅନନ୍ତ ଚରଣ ନାୟକ, ପୂର୍ବତନ ବରିଷ୍ଠ କିରାଣୀ ମନୋରଞ୍ଜନ ବରାଳ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକl କର୍ମଚାରୀ ଉପସ୍ଥିତ ହୋଇ ଡ଼. ଲକ୍ଷ୍ମୀଧର ପଣ୍ଡା ଙ୍କୁ ଶୁଭକାମନା ଜଣାଇଥିଲେ ।ମହାବିଦ୍ୟାଳୟର ରାଜନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଡ. ଶାରଦାକାନ୍ତ ମିଶ୍ର ଉତ୍ସବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.