ଭୁବନେଶ୍ୱର : ପୁଣି ସରକାର ଦେଖାଇଲେ ମେଟ୍ରୋ ସ୍ୱପ୍ନ। ନୂଆ ରୂପରେ ମେଟ୍ରୋ ଆସିବ କହିଲେ ନଗର ଉନ୍ନୟନ ମନ୍ତ୍ରୀ। ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ମେଟ୍ରୋ ପରିକଳ୍ପନା କରିଛୁ। ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ। ଆମେ ମେଟ୍ରୋ ବିରୋଧରେ ନାହୁଁ ମେଟ୍ରୋ କରିବାକୁ ସରକାର ଚାହୁଁଛନ୍ତି।
ମେଟ୍ରୋକୁ ଆମେ ବନ୍ଦ କରିନାହୁଁ, ସ୍ଥଗିତ ରଖିଛୁ ବୋଲି କହିଛନ୍ତି ମନ୍ତ୍ରୀ। ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର ଆମେ ଚାଲୁ ରଖିଛୁ। ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ଲୋକେ ହନ୍ତସନ୍ତ ହେବେ। ମେଟ୍ରୋ ପାଇଁ ବିକଳ୍ପ ରାସ୍ତା ଓ କେନ୍ଦ୍ରର ସହାୟତା ଆବଶ୍ୟକ।
ସେପଟେ ମେଟ୍ରୋକୁ ନେଇ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ। ନଗର ଉନ୍ନୟନ ମନ୍ତ୍ରୀ ଯେଉଁ ତଥ୍ୟ ଦେଲେ ତାହା ଯଥାଶୀଘ୍ର କାର୍ଯ୍ୟକାରୀ କରନ୍ତୁ। ରାଜଧାନୀରେ ରିଂରୋଡ୍ ଓ ସର୍ଭିସ ରୋଡର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
Comments are closed.