କୁଆପଥର ମାଡରେ ଭାଙ୍ଗିଲା ଘରଦ୍ବାର : ଉଡିଲା ଟିଣ ଆଜବେଷ୍ଟସ୍

ସୁବର୍ଣ୍ଣପୁର : କୁଆପଥର ମାଡ଼ରେ ଭାଙ୍ଗିଲା ଘରଦ୍ୱାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳରେ ପ୍ରବଳ କୁଆପଥର ମାଡ଼ର ଖବର ଆସିଛି। ବିନିକା ତହସିଲ ଅନ୍ତର୍ଗତ ଘୋଡାଧାର, ସଂସାମୁରା, ପଣ୍ଡକିଟାଲ ଆଦି ବିଭିନ୍ନ ଗାଁରେ କୁଆପଥର ମାଡ଼ ହୋଇଛି। ଘୋଡାଧାର ଗାଁରେ ଶତାଧିକ ଲୋକଙ୍କ ଘର ଭାଙ୍ଗିଛି। ଆଜବେଜଷ୍ଟସ୍ ଭାଙ୍ଗିବା ସହ ଚାଷକାମ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଂଚଳରେ ମଧ୍ୟ କାଳବୈଶାଖୀର ତାଣ୍ଡବ। ପବନ ଆସି ଗଛ ଭାଂଗିବା ସହ ଟିଣ ଚଦର ଉଡ଼ାଇ ନେଇଛି। ଲକ୍ଷ୍ମୀପୁର ବ୍ଲକ୍ ଟିଟିଝୋଲା ଗାଁରେ ଏକାଧିକ ଘରର ଆଜବେଷ୍ଟସ୍ ଭାଙ୍ଗି ଯାଇଛି। ଲକ୍ଷ୍ମୀପୁର ବ୍ଲକର କୁରୁମୁଲ ଗାଁରେ ୨ ଟି ଘର ଉପରେ ଆମ୍ବ ଗଛ ପଡ଼ିଛି।

ସେହିଭଳି ବନ୍ଧୁଗାଁ ବ୍ଲକ୍ କାଟ୍ରାଗଡାରେ ଚାଷୀଙ୍କ ଲେମନ୍ ଗ୍ରାସ ପ୍ଲାଣ୍ଟ ଭାଙ୍ଗି ନଷ୍ଟ ହୋଇଯାଇଛି। ଗତକାଲି ନାରାୟଣପାଟଣା ଆଦିବାସୀ ବାଳିକା ବିଦ୍ୟାଳୟରେ ସ୍କୁଲ୍ କୋଠା ଛାତ ଆଜବେଷ୍ଟ ଓ ଫାଟକ ଭାଙ୍ଗି ଯାଇଥିଲା।

Comments are closed.