ଭବାନୀପାଟଣା(୩୦।୪) : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ୱାରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରଠାରେ ଗତ ୨୭ ରୁ ଚାଲିଥିବା ସଂକୁଳସ୍ତରୀୟ ଆଚାର୍ଯ୍ୟ କର୍ମଶାଳା ଗୁରୁବାର ଉଦଯାପିତ ହୋଇଯାଇଛି।ସଂକୁଳ ସଂଯୋଜକ ତଥା ବର୍ଗ ପ୍ରମୁଖ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ଭବାନୀପାଟଣା ସଂକୁଳ ଅନ୍ତର୍ଗତ ସେଁପୁର, ବୋର୍ଡା, କର୍ଲାପଡା, ପାଷ୍ଟିକୁଡ଼ି,ବିଶ୍ୱନାଥପୁର,ଥୁଆମୂଳ ରାମପୁର,ବୃନ୍ଦାବତୀବିହାର, ବାଲାଜୀବିହାର ଏବଂ ବ୍ରଜବିହାର ଶିଶୁ ମନ୍ଦିରର ୧୫୦ ଜଣ ଗୁରୁଜୀ ଗୁରୁମା ଯୋଗଦେଇଥିଲେ।କର୍ମଶାଳାରେ ଅଧିଗମ ପଞ୍ଚପଦୀ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ଉଦଘାଟନ ଦିବସରେ ଅତିଥି ଭାବେ ଦୀନବନ୍ଧୁ ମୁଣ୍ଡ, ପ୍ରମୋଦ କୁମାର ପଣ୍ଡା, ସଂକୁଳ ପ୍ରମୁଖ ଅଶୋକ କୁମାର ସିଂ ଏବଂ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ମନ୍ମଥ ନାଥ ମିଶ୍ର ଭାରତୀୟ ସଂସ୍କୃତି ଉପରେ ଆଲୋକପାତ କରିଥିଲେ ଏବଂ ନକୁଳ ନାୟକ ଧନ୍ୟବାଦ ଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ସମସ୍ତ ପ୍ରଧାନ ଆଚାର୍ଯ୍ୟ ଯଥା ଅଶୋକ କୁମାର ସାହୁ, ବିଶ୍ୱନାଥ ଠାକୁର,ଗଣେଶ ନାଏକ, ମାନସ କୁମାର ପ୍ରଧାନ, ଟିକଦେବ ସାହୁ, ବିଜୁ କୁମାର ସାହୁ, ମକରଧ୍ଵଜ ରଣା, ଜ୍ଞାନରଞ୍ଜନ ଦାଶ ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ-ସନାତନ ମହାକୁଡ଼।
Comments are closed.