ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ମମତା

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ସମୟରେ କେନ୍ଦ୍ରୀୟ ବାହିନୀ ଏବଂ ବାହାର ପର୍ଯ୍ୟବେକ୍ଷକଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷତାର ଅଭାବ ରହିଛି ଏବଂ ବିଜେପି ନିର୍ଦ୍ଦେଶରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରାଯାଉଛି। ନିର୍ବାଚନ ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରି ମମତା ବାନାର୍ଜୀ କହିଛନ୍ତି, “ବହୁ ବାହାର ପର୍ଯ୍ୟବେକ୍ଷକ ଆସିଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ବିଜେପିର ନିର୍ଦ୍ଦେଶରେ କାମ କରୁଛନ୍ତି।”

Leave A Reply

Your email address will not be published.