ଆନନ୍ଦପୁର : କେନ୍ଦୁଝର ପୁଲିସକୁ ବଡ ସଫଳତା। ଘସିପୁରା ଓ ରାମଚନ୍ଦ୍ରପୁର ପୋଲିସ ପକ୍ଷରୁ ୨୦ଜଣ ଚୋରା ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଘସିପୁରା ଓ ରାମଚନ୍ଦ୍ରପୁର ପୁଲିସ।ଗଞ୍ଜେଇ ମାଫିଆଙ୍କ ପାଖରୁ ୧ କ୍ୟୁଣ୍ଟାଲ ୯ କେଜି ୪୫୦ ଗ୍ରାମର ଗଞ୍ଜେଇ ଓ ଗୋଟିଏ କାର ସହ ୨ ଟି ବାଇକ୍ ଜବତ କରିଛି ପୁଲିସ।
ବୁଧବାର ଦିନ ଘସିପୁରା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି ଯେ।ଓଡ଼ିଶା ସରକାରଙ୍କ ପକ୍ଷରୁ ଚୋରା ନିଶା କାରବାର ରୋକିବା ପାଇଁ ସାରା ରାଜ୍ୟରେ ଅଭିଯାନ ଜୋରଦାର ଚାଲିଥିବା ବେଳେ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ର ସମସ୍ତ ପୁଲିସ ବାହିନୀ ଚଢ଼ାଉ କରି ଏହି ସଫଳତା ହାସଲ କରିଥିବା ଜଣା ପଡ଼ିଛି । ଗତ ୨୧ତାରିଖ ମଙ୍ଗଳବାର ରାତିରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ଵାଇଁଙ୍କ ନେତୃତ୍ୱରେ ପୁଲିସ ବାହିନୀ ଭଗାନଈ ଠାରେ କୋଡ଼ପଡ଼ାର ହରେକୃଷ୍ଣ ଓଝା ଓ ବୁଢିକୁଦର ଶୁକଦେବ ନାଇକକୁ ଗିରଫ କରି ତାଙ୍କ ଠାରୁ ୪୦କେ.ଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ମୋଟରସାଇକେଲ ଓ ୩ଟି ମୋବାଇଲ ଜବଦ କରିଛନ୍ତି ।
ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୧୭ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ରାମଚନ୍ଦ୍ରପୁର ଥାନା ପକ୍ଷରୁ ୧୩୦/୨୬ରେ ଏକ ମାମଲା ରୁଜୁ କରାଯାଇଛି । ସେହିପରି ଘସିପୁରା ଥାନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବୁଧବାର ଦିନ ପୋଲିସ ବାହିନୀ ବିଶ୍ଵସ୍ତ ସୂତ୍ରରୁ ବୋରା ଗଞ୍ଜେଇ ଯାଜପୁର ରୋଡରୁ ଆନନ୍ଦପୁର ଅଂଚଳକୁ ଆସୁଥିବାର ଖବର ପାଇ ବେଲବାହାଳୀ ଛଳ ଠାରେ ଏକ ଗ୍ରାଣ୍ଡ ଭିଟାଗାଡି (ଓଡି ୦୨ ସିଏସ-୪୧୫୩) ଯୋଗେ ଆସୁଥିବା ୬୯କେଜି ୪୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହ କୋରୋଇ ଥାନା ଅନ୍ତର୍ଗତ ଶୁଭ୍ରାଂଶୁ ରାଉତକୁ ଗିରଫ କରିବା ସହପାଠୀଙ୍କୁ ଜବତ କରିଥିଲେ । ଘସିପୁରା ଥାନା କେଶ୍ ନମ୍ୱର୍୧୮୭/୨୬ରେ ଏକ ମାମଲା ରୂଜୁ କରାଯାଇ ଜଣକୁ ଗିରଫ କରାଯାଇଛି ।ପୁଲିସ ୨୦ଜଣକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା ବେଳେ ଚୋରା ଗଞ୍ଜାଇ ଆଣୁଥିବା ବ୍ୟକ୍ତିମାନେ ଆନନ୍ଦପୁର ଉପଖଣ୍ଡର କେଉଁ କେଉଁ ବ୍ୟକ୍ତିମାନଙ୍କୁ ଚୋରା ଗଞ୍ଜେଇ ବିକ୍ରୀ କରୁଛନ୍ତି ତା’ର ତଦନ୍ତ କରାଯାଇ ସେମାନଙ୍କୁ ଗିରଫ କରିବା ପାଇଁ ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କେନ୍ଦୁଝର ଆଡିସନାଲ ଏସପି ପ୍ରତ୍ୟୁଷ କୁମାର ମହାପାତ୍ର, ଆନନ୍ଦପୁର ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାୟକ ଓ ପୋଲିସ ବାହିନୀ ଉପସ୍ଥିତ ରହିଥିଲେ ।
Comments are closed.