କେଶଦୁରାପାଳ : ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଗୁରୁତର ହୋଇପଡିଛନ୍ତି।ଗୁରୁତରଙ୍କୁ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।
ହଂସ ପାଳ ଅଂଚଳରୁ ଏକ କାର ଠାକୁରମୁଣ୍ଡା ଯାଉଥିବା ବେଳେ ବିପରୀତ ଦିଗ କରଞ୍ଜିଆ ପଟୁ ଏକ ତୀର୍ଥଯାତ୍ରୀ ବସ ତାମିଲନାଡୁ ପୁରୀ ଅଭି ମୁଖେ ଯାଉ ଥିଲା ଗୋଡ଼ ଭଙ୍ଗା ଘାଟି ନିକଟରେ ମୁହାମୁହିଁ ଧକ୍କା ହେବାରୁ କାର ଟି ତଳ କି ଛିଟିକି ପଡ଼ିଥିଲା ଓ ବସ ଟି ଯାଇ କାର ପଛରେ ଆସୁଥିବା ଏକ ହାୱା ପଛ ପଟେ ଧକ୍କା ହୋଇଥିଲା ଫଳରେ କାର ରେ ଥିବା ୫ ଜଣକ ମଧ୍ୟ ରୁ ବିଦେଶୀ କୁମାର ଦାସ ୬୦ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମମତା ଦାସ ୫୦ ପୁଅ ଦୁର୍ଗା ମାଧବ ଦାସ ଡ଼୍ରାଇଭର ହଲାନ ଖାଁ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ମମତା ଦାସ ୫୦ ପୁଅ ଦୁର୍ଗା ମାଧବ ଦାସ ୩୫ ଙ୍କ ଅଵସ୍ଥା ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।