କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିଛି ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା।

ଆଜି କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାରେ (DR) ରେ ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛି।

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିଛି ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା।  ଦେଶର ପ୍ରାୟ ୧.୧୯ କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କ ଲମ୍ବା ଅପେକ୍ଷାର ଅନ୍ତ ହୋଇଛି। ଆଜି କେନ୍ଦ୍ରୀୟ କ୍ୟାବିନେଟ୍ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନସନଧାରୀଙ୍କ ମହଙ୍ଗା ଭତ୍ତାରେ (DR) ରେ ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛି।

ଏହି ନିଷ୍ପତ୍ତି ପରେ ମହଙ୍ଗା ଭତ୍ତା ମୂଳ ବେତନର ୫୮%ରୁ ବଢ଼ି ୬୦%ରେ ପହଞ୍ଚିଛି। ବଢ଼ିଥିବା ଏହି ମହଙ୍ଗା ଭତ୍ତା ୨୦୨୬ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏଥିସହ କର୍ମଚାରୀ ଏବଂ ପେନସନଧାରୀମାନେ ଏପ୍ରିଲ ମାସ ସହିତ ଜାନୁଆରୀ, ଫେବ୍ରୁଆରୀ ଏବଂ ମାର୍ଚ୍ଚ ଅର୍ଥାତ୍ ତିନି ମାସର ବକେୟା ମଧ୍ୟ ପାଇବେ ।

କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ  କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନସନଧାରୀଙ୍କ ମଧ୍ୟରେ ବେଶ ଖୁସି ଖେଳି ଯାଇଛି। ଏହା ସେମାନଙ୍କ ମାସିକ ଆୟରେ କିଛି ଅତିରିକ୍ତ ରାଶି ଯୋଡ଼ିବ ଏବଂ ଏରିୟର୍ ମାଧ୍ୟମରେ ପୂର୍ବ ବକେୟା ମଧ୍ୟ ପୂରଣ ହେବ।

Leave A Reply

Your email address will not be published.