ବଦଳିଗଲା ଯୋଜନା ବୋର୍ଡ, ଏବେ ନୂଆ ଢାଞ୍ଚାରେ ‘SITI ଓଡ଼ିଶା’

ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ ଭାବେ ଏହା ଏବେ ନୂଆ ପରିଚୟ ପାଇଛି।

0

ଭୁବନେଶ୍ୱର : ବଦଳିଲା ରାଜ୍ୟ ଯୋଜନା ବୋର୍ଡ। ରାଜ୍ୟ ଯୋଜନା ବୋର୍ଡ‘SITI ଓଡ଼ିଶା’। ବିକାଶର ନୂଆ ନକ୍ସା ପ୍ରସ୍ତୁତ କରିବ ‘SITI ଓଡ଼ିଶା’। ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ ଭାବେ ଏହା ଏବେ ନୂଆ ପରିଚୟ ପାଇଛି। ଏହାର ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ହେବେ ମୁଖ୍ୟମନ୍ତ୍ରୀ। SITI ଓଡିଶା ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ। ଏକ ରଣନୈତିକ ପରାମର୍ଶଦାତା ସଂସ୍ଥା ହେବ।

ଦୀର୍ଘ ବର୍ଷ ଧରି ରାଜ୍ୟର ଯୋଜନା ପ୍ରସ୍ତୁତ କରୁଥିବା ବୋର୍ଡ ଏବେ ଆଧୁନିକ ଓ ପରିବର୍ତ୍ତିତ ରୂପରେ ଆସିଛି। ଏହାର ଲକ୍ଷ୍ୟ ହେଉଛି ‘ନୀତି ଓ ବିକାଶ’। ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବରେ ପରିଚାଳନା ପରିଷଦ ରହିବ।

ଏହା ସହିତ ଜଣେ ଉପାଧ୍ୟକ୍ଷ, ଚାରି ପୂର୍ଣ୍ଣକାଳୀନ ସଦସ୍ୟ, ନଅ ଜଣ ପଦାଧିକାରୀ ଏବଂ ଦୁଇଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ସାଂଗଠନିକ ଢାଞ୍ଚା ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ପଦର ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ପଡିବ।

Leave A Reply

Your email address will not be published.