ନୂଆଦିଲ୍ଲୀ : ବଢିଲା ବିଜେଡି ସଂସଦୀୟ ଦଳ ଫାଟ। ରାଜ୍ୟସଭାରେ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫାପତ୍ର ସେ ପଠାଇ ଥିବା ଜଣାପଡ଼ିଛିି। ତାଙ୍କୁ ପଦରୁ ହଟାଇବା ପାଇଁ ଦଳର ଅନ୍ୟ ସାଂସଦମାନେ ସଭାପତି ନବୀନଙ୍କୁ ଲିଖିତ ଭାବେ ଜଣାଇଥିଲେ ବୋଲି ସୂଚନା ମିଳିଛି।
ବିଜେଡିର ନବନିର୍ବାଚିତ ସାଂସଦ ସଂତୃପ୍ତ ମିଶ୍ର ରାଜ୍ୟସଭାରେ ଶପଥ ଗ୍ରହଣ କରିବା ଦିନ ହିଁ ଦଳର ସାଂସଦମାନେ ସସ୍ମିତଙ୍କୁ ହଟାଇବାକୁ ସଭାପତିଙ୍କୁ ପତ୍ର ଲେଖିଥିଲେ ବୋଲି କୁହାଯାଉଛି। ଏବେ ରାଜ୍ୟସଭାରେ ବିଜେଡିର ୬ ସାଂସଦ ରହିଛନ୍ତି।
ସସ୍ମିତଙ୍କ ପରେ କିଏ ?
୨୦୨୨ ମସିହାରୁ ସସ୍ମିତ ବିଜେଡିର ସଂସଦୀୟ ଦଳ ନେତା ରହିଥିଲେ। ଏବେ ରାଜ୍ୟସଭାରେ କିଏ ହେବେ ଦଳର ନୂଆ ନେତା, ସେନେଇ ଜୋରଦାର ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ଏନେଇ ସସ୍ମିତ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି। ରାଜ୍ୟସଭାରେ କିଏ ହେବେ ବିଜେଡିର ନୂଆ ନେତା ? ସଂତୃପ୍ତ ମିଶ୍ରଙ୍କୁ ନେଇ ଚର୍ଚ୍ଚା ବଢ଼ିଲା। …