ଓଡ଼ିଶା ଖଣି ନିଗମର ରେକର୍ଡ ଖଣିଜ ଉତ୍ପାଦନ, ଆୟ ମଧ୍ୟ ସର୍ବାଧିକ

0

ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ (OMC) ୨୦୨୫-୨୬ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ସହିତ ସର୍ବାଧିକ ଉତ୍ପାଦନର ରେକର୍ଡ ମଧ୍ୟ କରିଛି । ଏହି ଆର୍ଥିକ ବର୍ଷରେ ଲୌହ ଧାତୁ ଉତ୍ପାଦନ ୪୦.୦୨ ମିଲିଅନ୍ ଟନ୍ ହୋଇଥିବା ବେଳେ ପୂର୍ବବର୍ଷ ତୁଳନାରେ ୧୨.୦୬% ବୃଦ୍ଧି ପାଇଛି

ଏହି ବର୍ଷରେ କ୍ରୋମ ଧାତୁ ଉତ୍ପାଦନ ୧.୬୯ ମିଲିଅନ୍ ଟନ୍ ଓ ବକ୍ସାଇଟ୍ ଉତ୍ପାଦନ ୨.୮୩ ମିଲିଅନ୍ ଟନରେ ପହଞ୍ଚିଛି। ଉନ୍ନତ କାର୍ଯ୍ୟପ୍ରଣାଳୀ, ଉତ୍ତମ ସମନ୍ୱୟ ଏବଂ ଲକ୍ଷ୍ୟ କୈନ୍ଦ୍ରୀକ କାର୍ଯ୍ୟ ସମ୍ପାଦନ ଦ୍ୱାରା ଖଣିଗୁଡ଼ିକ ନିଜର ଉତ୍ପାଦନର ଲକ୍ଷ୍ୟ ହାସଲ କରିପାରିଛନ୍ତି।

୨୫,୩୦୦ କୋଟି ଟଙ୍କାର ସର୍ବାଧିକ ଆୟ

୨୦୨୫–୨୬ ଆର୍ଥିକ ବର୍ଷରେ ସମୁଦାୟ ଖଣିଜ ବିକ୍ରୟ ୪୨.୫୨୪ ମିଲିଅନ୍ ଟନ୍ ହୋଇଥିବାରୁ ନିଗମ ପ୍ରାୟ ୨୫,୩୦୦ କୋଟି  ଟଙ୍କାର ସର୍ବାଧିକ ଆୟ କରିଛି। ଏହାଦ୍ବାରା ରାଜ୍ୟରେ ଶିଳ୍ପ ଇକୋସିଷ୍ଟମ ଗଠନ ଏବଂ ରାଜ୍ୟ ଓ ଦେଶର ଆର୍ଥିକ ଉନ୍ନତିକୁ ଗତିଶୀଳ କରିବାରେ ନିଗମର ପ୍ରୟାସ ସଫଳ ହେଉଛି।

Leave A Reply

Your email address will not be published.