ବିଶ୍ୱସ୍ତରୀୟ ହେବ ଓଡ଼ିଶା ପର୍ଯ୍ୟଟନ, ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଇଁ ମାଷ୍ଟରପ୍ଲାନ୍

କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ରାଜ୍ୟରେ ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ହେଉଛି ଯୋଜନା।

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବା ଦରକାର। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ରାଜ୍ୟରେ ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ହେଉଛି ଯୋଜନା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ।

ସବୁ ବିଭାଗର ସଚିବଙ୍କ ସହ ଆଲୋଚନାରେ ପର୍ଯ୍ୟଟନକୁ ଦିଆଯାଇଛି ଫୋକସ୍।  ‘ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶା’ ଥିମରେ ଦୌଡ଼ିବ ଓଡ଼ିଶା ପର୍ଯ୍ୟଟନ। ପର୍ଯ୍ୟଟନର ବିକାଶ ପାଇଁ ସବୁ ବିଭାଗ ନିଜ ନିଜର ଯୋଗଦାନ ଦେବେ। ଯେପରି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବ ସେ ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ।

Comments are closed.