ମୁମ୍ବାଇ (୨/୪):ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏକାନବେ ତମ ପୂର୍ତ୍ତି ଉତ୍ସବ ଉପଲକ୍ଷେ ନବୀମୁମ୍ବାଈ ନେରୁଲସ୍ଥିତ ଆଗ୍ରୀକୋଲି ଭଵନରେ ଏପ୍ରିଲ ୧ ତାରିଖ ବୁଧବାର ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ମିଳିତ ସହଯୋଗରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଆଖଣ୍ଡଳମଣି ପୂଜା କମିଟି, ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା, ଜୟ ଜଗନ୍ନାଥ ଲୋକତରଣ ଟ୍ରଷ୍ଟ, ଉତ୍କଳ ସାଂସ୍କୃତିକ ଟ୍ରଷ୍ଟ କାମୋଠେ, ଜାକଫ, ନବୀମୁମ୍ବାଇ ଜଗନ୍ନାଥ ସେବା ଟ୍ରଷ୍ଟ, ଉତ୍କଳ ଫାଉଣ୍ଡେସନ ଉଲୱେ, ମାଆ ଦୁର୍ଗାପୂଜା ୱେଲଫେୟାର ଆସୋସିଏସନ କୋପର ଖରନା,ଉତ୍କଳ ସେବା ସଙ୍ଘ ବସାଇ,ଶ୍ରୀ ଜଗନ୍ନାଥ ସାଂସ୍କୃତିକ ସେବା ଟ୍ରଷ୍ଟ ପନୱେଲ, କୋଣାର୍କ ଓଡ଼ିଆ କଲୋମବଲି , ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନଙ୍କ ମିଳିତ ଉଦ୍ୟମରେ ସଂଗଠିତ ହୋଇଥିଲା।


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସରକାର ଅଧୀନ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଡ଼କ୍ଟର ତପନ ରାଉତ, ସମ୍ମାନିତ ଅତିଥି ଭାବରେ ଓଡିଶା ଭବନ ପରିଚାଳକ ଶମ୍ଭୁ ଭୂଷଣ ମିଶ୍ର ଏବଂ ସମାଜ ସେବକ ସୁରେଶ ଶିଂ, ବିଶିଷ୍ଟ ସାହିତ୍ୟିକ କମଳା ଶତପଥି ଯୋଗ ଦେଇ ନିଜର ବହୁମୂଲ୍ୟ ମନ୍ତବ୍ୟ ରଖିଥିଲେ।ବନ୍ଦେ ଉତ୍କଳ ଜନନୀ ସାମୁହିକ ଗାନ କରାଯାଇଥିଲା।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନଙ୍କ ଉତ୍ସାହ ଭରା ଓଡିଶୀ, ଭଜନରେ ନୃତ୍ୟ, ଗୀତ ପରିବେଷଣ ଅତ୍ୟନ୍ତ ମନମୁଗ୍ଧକର ଥିଲା। ଉତ୍କଳ ସୁରଭି ଉନ୍ମୋଚନ ପର୍ବ ଅତିଥିମାନଙ୍କ ଦ୍ୱାରା ହୋଇଥିଲା।ରାତ୍ରୀ ଭୋଜନରେ ପ୍ରବାସୀ ଓଡ଼ିଆ ଖାଦ୍ୟର ମହକ ଥିଲା।ପ୍ରାୟ ପାଞ୍ଚଶହ ଓଡ଼ିଆ ନବୀ ମୁମ୍ବାଈର ବିଭିନ୍ନ ସ୍ଥାନ, ଉଲୱେ, ୱାସି, କାମଠେ, ଖାରଘର, କୋପରଖରନାରୁ ଯୋଗ ଦେଇ ଥିଲେ। ରିପୋର୍ଟ-ସନାତନ ମହାକୁଡ଼ ।
Comments are closed.