ନୟାଗଡ : କାଳବୈଶାଖୀ ଉଜାଡ଼ିଦେଲା ଲକ୍ଷାଧିକ ଟଙ୍କାର କଦଳୀ ବାଡ଼ି। ନୟାଗଡ ଜ଼ିଲ୍ଲା ରଣପୁରରେ କାଳବୈଶାଖୀର ତାଣ୍ଡବ। ଉଜୁଡ଼ିଗଲା ଲକ୍ଷାଧିକ ଟଙ୍କାର କଦଳୀ ଚାଷ। ରଣପୁର ବ୍ଲକ ସୁର୍କାବାଡ଼ି ଗାଁର ସୂର୍ଯ୍ୟକାନ୍ତ ମହାପାତ୍ର ପାଞ୍ଚ ଏକର ଜାଗାରେ ଋଣ କରି କଦଳୀ ଚାଷ କରିଥିଲେ।
ଠିକ ଅମଳ ସମୟରେ ଦାଉ ସାଜିଲା କାଳବୈଶାଖୀ।ନଷ୍ଟ କରିଦେଲା ଶହ ଶହ କଦଳୀ ଗଛ। ଆଖି ଆଗରେ କଷ୍ଟ ଉପାର୍ଜିତ ଫସଲ ନଷ୍ଟ ହୋଇଥିବା ଦେଖି କିପରି ଋଣ ଶୁଝିବା ସହ ପରିବାର ପ୍ରତିପୋଷଣ କରିବା, ସେହି ଚିନ୍ତାରେ ଚାଷୀ। ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି।
Comments are closed.