ଅଭୁଲା ଅତୀତ

✍🏻 ଅମରନାଥ ବାରିକ୍

ଦିନ ସିନା ବଦଳି ଗଲା କିନ୍ତୁ ସେ ଦିନ ଆଜି ବି ମନେପଡେ । ଚାଳ ଛପର ଘର, ସକାଳୁ କୁକୁଡ଼ାଙ୍କ ରାବ, କଅଁଳ ବାଛୁରୀଙ୍କୁ ଧରି ଖେଳିବା, ବାପା ବୋଉ ଜେଜେ ମା’ ଜେଜେ ବାପା ଭାଇ ଭଉଣି ସମସ୍ତେ ଏକାଠି ବିତାଇ ଥିବା ସମୟ, ମା’ ହାତ ରନ୍ଧା ଗରମ ଭାତ ତିଅଣ, ଗାଁ ବିଦ୍ୟାଳୟର ପାଠ ପଢା, ମାଟି ଚୂଲି, ଧାନ ଉଁଷା, ଧୂଳି ଖେଳ, ଲୁଚକାଳି ଖେଳ, ଗୋଧୂଳିର ବାସ୍ନା, ପୋଖରୀ ଗାଡ଼ିଆରେ ସାଥୀ ମେଳରେ ଗାଧୁଆ, ମାଛ ଧରା, ଗଛ ଚଢ଼ା, ନଈ ପହଁରା, ଶୀତୁଆ କଅଁଳ ଖରାରେ ବସି ଶାଗ ପଖାଳ ଖିଆ, ତାଳ ବରଡ଼ା ଉପରେ ବସି ଟଣାଟଣି ଖେଳିବା, କ୍ଷେତକୁ ବାପାଙ୍କ ପାଇଁ ଖାଇବା ନେଇଯିବା ସମୟରେ ହଳ ଲଙ୍ଗଳ କାଦୁଅରେ ଖେଳିବା, ଏମିତିକି ଗୋଟିଏ କମ୍ବଳ ତଳେ ଶୋଇ ଜେଜେମାଙ୍କ ପାଖରୁ ରାତିରେ କାହାଣୀ ଶୁଣିବା ବହୁତ ନିଆରା ଖୁସି ଥିଲା । ଆସନ୍ତୁ ଆମେ କିଛି ସମୟ ପାଇଁ ପୁଣି ଶିଶୁଟିଏ ହୋଇଯିବା । ପୁରୁଣା ଦିନକୁ ଆଉଥରେ ମନେ ପକାଇବା ।

 

“ସମୟ ବଦଳି ନାହିଁ ବାପଧନ

ବଦଳି ଯାଇଛେ ଆମେ,

ପ୍ରକୃତି ସମ୍ପଦ ପ୍ରତ୍ଯାହାର କରି

ମାତିଛନ୍ତି ଅପକର୍ମେ ।

ଅତୀତଟା ପରା ଇତିହାସ ଆମ

ଭୁଲି କି ହୋଇବ କେବେ,

ଭୁଲି ଯିବା ଆମେ ସେହିଦିନ ଭାଇ

ମାଟିରେ ମିଶିବା ଯେବେ ।”

 

ତୋଟା ମଧ୍ୟରେ ବିଶାଳକାୟ ଆମ୍ବ ଗଛଟିଏ ଥିଲା । ସେହି ଶତାୟୁ ବିଶାଳକାୟ ଆମ୍ବ ଗଛରେ କେତେଯେ ପକ୍ଷୀ ବସା ବାନ୍ଧି ରହୁଥିଲେ ତାହା କଳନା କରିହେବ ନାହିଁ । ସକାଳ ହେଲେ ସବୁ ପକ୍ଷୀମାନେ ତାଙ୍କ କୁନିକୁନି ପିଲାମାନଙ୍କ ପାଇଁ ଆହାର ଆଣିବାକୁ ଚାଲିଯାଆନ୍ତି । ପୁଣି ଥଣ୍ଟରେ ଆହାର ଧରି ତାଙ୍କ ଛୁଆ ମାନଙ୍କ ପାଇଁ ଫେରି ଆସନ୍ତି । ଦିନେ ଜଣେ କାଠୁରିଆ ଆସି ସେହି ଆମ୍ବ ଗଛକୁ କାଟିବାକୁ ଲାଗିଲା । ତା’ର କୁରାଢ଼ି ଚୋଟର ଯେଉଁ ଭୟଙ୍କର ଶଦ୍ଦ କରୁଥାଏ , ତାହା ଶୁଣି ସମସ୍ତ ପକ୍ଷୀମାନେ ଉଡ଼ିଗଲେ । କୁଆ କୋଇଲି ଶୁଆ ଶାରୀ ବଗ ବଗୁଲି ଗେଣ୍ଡାଳିଆ ଶାଗୁଣା ହଳଦୀବସନ୍ତ ବଣି ଯେତେକ ପକ୍ଷୀମାନେ ସବୁ ରାବ ଛାଡି ଉଡ଼ିବାକୁ ଲାଗିଲେ । ସେମାନଙ୍କ କୋଳାହଳରେ ପୁରା ଜଙ୍ଗଲଟା କମ୍ପି ଉଠିଲା । ନିଶଦ୍ଦ ଜଙ୍ଗଲରେ ହାହାକାର ପଡିଗଲା କିନ୍ତୁ ଯେଉଁ ଛୋଟ ଛୋଟ ପକ୍ଷୀମାନେ ଉଡ଼ି ଜାଣନ୍ତି ନାହିଁ, ତାଙ୍କ ମାଆ ମାନେ ଈଶ୍ୱରଙ୍କୁ ଡ଼ାକିଲେ, “ହେ ପ୍ରଭୁ ଏ ନିରୀହ ପିଲାମାନେ ତୁମକୁ ଲାଗିଲେ ତାଙ୍କୁ ବଞ୍ଚାଅ ।”

 

ପକ୍ଷୀମାନଙ୍କ କରୁଣ ଡାକ ଶୁଣି ଭଗବାନ ଚାଲିଆସିଲେ । କାଠୁରିଆକୁ କହିଲେ ଆରେ କାଠୁରିଆ ରହ ରହ, କାହିଁକି ଏ ସୁନ୍ଦର ଗଛଟାକୁ କାଟିବାରେ ଲାଗିଛୁ ? କ’ଣ ପାଇଁ ଏମିତି ଏ ପ୍ରକୃତିକୁ ନଷ୍ଟ କରିବାରେ ଲାଗିଛୁ ? କ’ଣ ଲାଭ ମିଳୁଛି ଏଥିରେ ? ଗଛ କାଟିଦେଲେ ଫଳ ଫୁଲ ଛାଇ ଇତ୍ୟାଦି କେଉଁଠୁ ପାଇବୁ ? ଏ ନିରୀହ ପଶୁପକ୍ଷୀ ମାନେ କେଉଁଠି ରହିବେ ? ବୃଷ୍ଟିପାତ କିପରି ଭାବରେ ହେବ ? ଅମ୍ଳଜାନ କେଉଁଠୁ ଆସିବ ? ଅତି ଆବଶ୍ୟକ ନ ପଡ଼ିବା ଯାଏଁ ଗଛ କାଟ ନାହିଁ । ଗୋଟିଏ ଗଛ କାଟିବା ଆଗରୁ ଦଶଟି ଗଛ ଆଗ ଲଗାଅ । ଈଶ୍ବରଙ୍କର ଏ କଥାକୁ ଖାତିର ନକରି କାଠୁରିଆ କହିଲା, “ତୁମେ ମୋତେ ବାରଣ କରିବାକୁ କିଏ ? ମୁଁ ଗଛ କାଟିଲେ ତୁମର କ’ଣ କ୍ଷତି ହେଉଛି ?”

 

ଈଶ୍ୱର କହିଲେ, “ରେ ମୂର୍ଖ ! ମୁଁ ସୃଷ୍ଟିକର୍ତ୍ତା ନାରାୟଣ । ତୁ କ’ଣ ମୋତେ ଜାଣି ପାରୁନାହୁଁ ?” କାଠୁରିଆ କହିଲା, “ହେଲେ ମୁଁ କିପରି ଜାଣିବି ତୁମେ ଈଶ୍ୱର ବୋଲି ?” ଭଗବାନ କହିଲେ, “ତାହାଲେ ଦେଖ ତୋ ହାତରୁ କୁରାଢୀ ଶୂନ୍ୟ ହୋଇଗଲା ।” -ଆରେ ହଁ ତ, ମୁଁ ଏବେ କେମିତି ଚଳିବି ? କାଠ କେମିତି କାଟିବି ? ସଂସାର କେମିତି ଚଳିବ ?”

ଈଶ୍ୱର କହିଲେ ଏବେ ତୁ ଏଠୁ ପଳାଇ ଯାଆ, ନହେଲେ ମୁଁ ତୋତେ ମଧ୍ଯ ଶୂନ୍ୟ କରିଦେବି ।”

 

“ଯିଏ ଆମର ପ୍ରକୃତ ବନ୍ଧୁ ତାହାର

ଯଦି କ୍ଷତି କରିବା

ଭଗବାନ ନିଶ୍ଚୟ ଦଣ୍ଡ ଦେବେ ଏ

କଥା ସବୁ ମନେ ରଖିବା ।”

 

କାଠୁରିଆ ଜଣକ ଜୀବନ ବଞ୍ଚାଇବାକୁ ଜଙ୍ଗଲରେ ଦୌଡ଼ିବାକୁ ଲାଗିଲା । କିଛି ଦୂରରେ ଯାଇ ଏକ ବାଘ ହାବୁଡ଼ରେ ପଡ଼ିଲା । ବାଘ କହିଲା, “ମୁଁ ତୋତେ ଛାଡ଼ିବି ନାହିଁ । ତୁ କାହିଁକି ଏ ଜଙ୍ଗଲକୁ କାଟି ସଫା କରୁଛୁ ? ଆମେ ରହିବୁ କେଉଁଠି ? ଖାଇବୁ କ’ଣ ? ତେଣୁ ମୁଁ ଆଜି ତୋତେ ଖାଇବି । ଏହା କହି ବାଘଟି ଜଙ୍ଗଲ ସାରା ଗୋଡେଇଲା କାଠୁରିଆକୁ । କାଠୁରିଆ ଜଣକ ଦୌଡୁଥାଏ, ତା’ ପଛରେ ବାଘ ମଧ୍ଯ ଦୌଡ଼ୁଥାଏ । ଏମିତି ଦୌଡ଼ା ଦୌଡ଼ି ଚାଲିଥାଏ । ଧିରେ ଧିରେ ସେହି ଜଙ୍ଗଲରେ ଯେତେ ପଶୁପକ୍ଷୀ ରହୁଥିଲେ ହାତୀ, ଗଣ୍ଡା, ଗୟଳ, ଘୋଡ଼ା, ବିଲୁଆ, ଗଧ, କୁକୁର, ଶିଆଳ, ହରିଣ, ଲୋମଡି, ବାରାହା, ସିଂହ, ଭାଲୁ, ସାପ, ବେଙ୍ଗ, ମୂଷା, ଠେକୁଆ, କଙ୍ଗାରୁ, ଗାଈ, ମଇଁଷି, ସମସ୍ତେ କାଠୁରିଆ ଜଣକ ପଛରେ ଦୌଡୁ ଥାଆନ୍ତି । ବାଟରେ ଏମାନେ ଜଣେ ସାଧୁଙ୍କୁ ହାବୁଡ଼ିଲେ । କାଠୁରିଆଟି ସାଧୁଙ୍କ ପାଦତଳେ ପଡ଼ି କହିଲା, “ମୋତେ ରକ୍ଷାକର ବାବା ନହେଲେ ଏମାନେ ମୋତେ ମାରିଦେବେ ।”

 

ସାଧୁ ଜଣକ କହିଲେ, “ହଉ ଉଠ ଉଠ । ତୁମ ମାନଙ୍କର

କ’ଣ ହୋଇଛି ମୋତେ କୁହ । ମାରିବା ପାଇଁ କାଠୁରିଆ ପଛରେ ଦୌଡୁଥିବା ସବୁ ପଶୁ ପକ୍ଷୀ କହିଲେ, “ଦେଖନ୍ତୁ ବାବା ଏ ଦୃଷ୍ଟ କାଠୁରିଆ ଜଣକ ଆମ ପ୍ରକୃତିକୁ ନଷ୍ଟ କରୁଛି । ଜଙ୍ଗଲ କାଟି ସଫା କରିଦେଉଛି । ଆମେ ମାନେ କେଉଁଠି ରହିବୁ ? କ’ଣ ଖାଇବୁ ? ତେଣୁ ଆମେ ମାନେ ମାରିବା ପାଇଁ ଏଟାକୁ ଗୋଡେଇଛୁ, ଆପଣ ଛାଡ଼ନ୍ତୁ ।”

ସବୁ ଶୁଣି ସାରିବା ପରେ ସନ୍ନ୍ୟାସୀ ସେହି କାଠୁରିଆକୁ ବୁଝେଇବାରୁ ସେ ତା’ ନିଜ ଭୁଲ ବୁଝିପାରି କ୍ଷମା ମାଗିଲା । ସେ ଆଉ ଗଛ କାଟିବ ନାହିଁ ବୋଲି ପ୍ରତିଜ୍ଞା କଲା। ଶେଷରେ ସମସ୍ତ ପଶୁପକ୍ଷୀ ତାକୁ କ୍ଷମା କଲେ।

 

ପିଲାମାନେ ଏହି ଗପରୁ ଆମେମାନେ କଣ ଶିଖିଲେ ?

 

କ) ଗଛ କାଟିବା ନାହିଁ, ଈଶ୍ୱରଙ୍କୁ ଧ୍ୟାନ କରିବା।

ଖ) ଦୟାଳୁ ହେବା, ନିଜର ଭୁଲ ସ୍ବୀକାର କରିବା ଓ ଅନ୍ୟକୁ କ୍ଷମା କରିବା ।

ଗ) ପଶୁ ପକ୍ଷୀ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର କରିବା ନାହିଁ।

ପିଲାମାନେ ଖୁସିରେ ହଁ କରିବାରୁ, ମୁଁ ବହୁତ ଖୁସି ।

 

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର

ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧

ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

 

ଏହା ଏକ ଅତ୍ୟନ୍ତ ସୁନ୍ଦର ଏବଂ ଶିକ୍ଷଣୀୟ ଗଳ୍ପ। ଅମରନାଥ ବାରିକଙ୍କ ଦ୍ୱାରା ଲିଖିତ “ଅଭୁଲା ଅତୀତ” କେବଳ ପୁରୁଣା ସ୍ମୃତିକୁ ମନେ ପକାଇଦେଉ ନାହିଁ, ବରଂ ପ୍ରକୃତି ସୁରକ୍ଷା ଏବଂ ମାନବିକତା ପ୍ରତି ଏକ ବଡ଼ ସନ୍ଦେଶ ଦେଉଛି।

ଆପଣଙ୍କ ଏହି ଲେଖାର କିଛି ବିଶେଷ ଦିଗ ଯାହା ମନକୁ ଛୁଇଁଗଲା:

୧. ପିଲାଦିନର ସ୍ମୃତିର ସଜୀବ ବର୍ଣ୍ଣନା
ଗପର ଆରମ୍ଭରେ ଚାଳ ଛପର ଘର, ମାଟି ଚୂଲି, ଗୋଧୂଳିର ବାସ୍ନା ଏବଂ ଜେଜେମା’ଙ୍କ କାହାଣୀର ଯେଉଁ ବର୍ଣ୍ଣନା ରହିଛି, ତାହା ପାଠକକୁ ନିଜ ପିଲାଦିନର ଗାଁ କୁ ନେଇଯାଉଛି। ଆଜିକାଲିର ସହରୀ ଜୀବନରେ ଏସବୁ ସତରେ ଏକ “ଅଭୁଲା ଅତୀତ” ହୋଇ ରହିଯାଇଛି।

୨. ପ୍ରକୃତି ସୁରକ୍ଷା ପାଇଁ ସନ୍ଦେଶ
ଗୋଟିଏ ବିଶାଳକାୟ ଆମ୍ବ ଗଛକୁ କାଟିବା ପାଇଁ କାଠୁରିଆର ଉଦ୍ୟମ ଏବଂ ପରେ ଭଗବାନ ଓ ପଶୁପକ୍ଷୀଙ୍କ ଦ୍ୱାରା ତାକୁ ବୁଝାଇବା—ଏହି ପ୍ରସଙ୍ଗଟି ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଏକ ଶକ୍ତ ବାର୍ତ୍ତା ଦିଏ। ବିଶେଷ କରି ଭଗବାନଙ୍କ ମୁଖରେ ଏହି କଥାଟି:

“ଗୋଟିଏ ଗଛ କାଟିବା ଆଗରୁ ଦଶଟି ଗଛ ଆଗ ଲଗାଅ।” — ଏହା ଆଜିର ସମୟ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା।

୩. ଜୀବଜନ୍ତୁଙ୍କ ପ୍ରତି ସମ୍ବେଦନଶୀଳତା
ଜଙ୍ଗଲର ପଶୁପକ୍ଷୀମାନେ ଏକାଠି ହୋଇ କାଠୁରିଆକୁ ବିରୋଧ କରିବା ଦର୍ଶାଏ ଯେ, ଏହି ପୃଥିବୀ କେବଳ ମଣିଷର ନୁହେଁ, ସମସ୍ତ ପ୍ରାଣୀଙ୍କର ଏଥିରେ ସମାନ ଅଧିକାର ରହିଛି।

୪. କ୍ଷମା ଓ ଅନୁତାପ
ଗପର ଶେଷରେ କାଠୁରିଆ ନିଜର ଭୁଲ୍ ବୁଝିପାରିବା ଏବଂ ସମସ୍ତେ ତାକୁ କ୍ଷମା କରିଦେବା—ଏହା ଶିଶୁମାନଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବାରେ ସାହାଯ୍ୟ କରିବ।

ନିର୍ଷ୍କଷ:
ଏହି ଗଳ୍ପଟି ପିଲାମାନଙ୍କ ପାଇଁ ଯେତିକି ଶିକ୍ଷଣୀୟ, ବଡ଼ମାନଙ୍କ ପାଇଁ ସେତିକି ଚିନ୍ତନୀୟ। ପ୍ରକୃତିକୁ ଭଲ ପାଇବା ଏବଂ ତା’ର ଯତ୍ନ ନେବା ହିଁ ଆମ ଜୀବନର ଅସଲ ଧର୍ମ ହେବା ଉଚିତ୍।

ଗଳ୍ପର ସାରାଂଶ
“ଅଭୁଲା ଅତୀତ: ପ୍ରକୃତି ଏବଂ ପରିବର୍ତ୍ତନର ଏକ ଗାଥା”

ପରିଚୟ:
ଏହି ଗଳ୍ପଟି ଅମରନାଥ ବାରିକଙ୍କ ଦ୍ୱାରା ଲିଖିତ ଏକ ଆବେଗପୂର୍ଣ୍ଣ ଏବଂ ଶିକ୍ଷଣୀୟ କାହାଣୀ। ଏହା ଏକ ପୁରୁଣା ଦିନର ସ୍ମୃତିରୁ ଆରମ୍ଭ ହୁଏ, ଯେଉଁଠାରେ ଲେଖକ ପିଲାଦିନର ସରଳ ଏବଂ ସୁନ୍ଦର ଜୀବନକୁ ମନେ ପକାଉଛନ୍ତି—ଚାଳ ଛପର ଘର, ଗାଁ ବିଦ୍ୟାଳୟ, ପୋଖରୀରେ ଗାଧୁଆ ଏବଂ ଜେଜେମା’ଙ୍କ କାହାଣୀ। ଏହି ସ୍ମୃତି ଆମକୁ ଏକ ଶାନ୍ତ ଏବଂ ପ୍ରକୃତି ସହ ଜଡିତ ସମୟକୁ ନେଇଯାଏ।

ସଂଘର୍ଷ:
କାହାଣୀର ଦ୍ୱିତୀୟ ଭାଗରେ, ବର୍ତ୍ତମାନର ସମୟର ପରିବର୍ତ୍ତନ ଏବଂ ପ୍ରକୃତିର ନଷ୍ଟ ହେବା ଉପରେ ଚିନ୍ତା ପ୍ରକଟ କରାଯାଇଛି। ତୋଟାରେ ଥିବା ଏକ ବିଶାଳକାୟ, ଶତାୟୁ ଆମ୍ବ ଗଛ—ଯାହା ହଜାର ହଜାର ପକ୍ଷୀଙ୍କ ଘର ଥିଲା—ତାକୁ ଏକ କାଠୁରିଆ କାଟିବାକୁ ଆରମ୍ଭ କରେ। ଏହି ଗଛ କଟାଯିବା ଦ୍ୱାରା ଜଙ୍ଗଲରେ ହାହାକାର ପଡିଯାଏ। ପକ୍ଷୀମାନେ ନିଜ କୁନି ପିଲାଙ୍କୁ ବଞ୍ଚାଇବା ପାଇଁ ଈଶ୍ୱରଙ୍କୁ ଡାକନ୍ତି।

ଶିକ୍ଷା:
ପକ୍ଷୀମାନଙ୍କ କରୁଣ ଡାକ ଶୁଣି ଭଗବାନ ଆବିର୍ଭାବ ହୁଅନ୍ତି ଏବଂ କାଠୁରିଆକୁ ବୁଝାନ୍ତି। ଗଛ କାଟିବା ଦ୍ୱାରା ଫଳ, ଫୁଲ, ଛାଇ, ବୃଷ୍ଟିପାତ ଏବଂ ଅମ୍ଳଜାନର ଅଭାବ ହେବ ବୋଲି ସେ ସେଚେତନ କରନ୍ତି। କିନ୍ତୁ କାଠୁରିଆ ଏହି କଥାକୁ ଖାତିର କରେ ନାହିଁ। ଶେଷରେ, ଈଶ୍ୱର ତା’ର କୁରାଢ଼ୀକୁ ‘ଶୂନ୍ୟ’ କରିଦିଅନ୍ତି, ତାକୁ ଏହି ସତ୍ୟ ବୁଝାଇବା ପାଇଁ ଯେ ପ୍ରକୃତିକୁ ନଷ୍ଟ କଲେ ମଣିଷ ନିଜେ ହିଁ କ୍ଷତିଗ୍ରସ୍ତ ହୁଏ।

ସମାଧାନ:
ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲରେ ଦୌଡୁଥିବା କାଠୁରିଆ ଶେଷରେ ଏକ ବାଘ ଏବଂ ପରେ ସମସ୍ତ ପଶୁପକ୍ଷୀଙ୍କ ଦ୍ୱାରା ଘେରିଯାଏ। ସମସ୍ତେ ତାକୁ ମାରିବାକୁ ଚାହାଁନ୍ତି। କିନ୍ତୁ ଏକ ସାଧୁ ତାକୁ ରକ୍ଷା କରନ୍ତି ଏବଂ ତାକୁ ବୁଝାନ୍ତି। ସାଧୁଙ୍କ କଥା ଶୁଣି କାଠୁରିଆ ନିଜର ଭୁଲ୍ ବୁଝିପାରେ, କ୍ଷମା ମାଗେ ଏବଂ ଆଉ କେବେ ଗଛ କାଟିବ ନାହିଁ ବୋଲି ପ୍ରତିଜ୍ଞା କରେ। ପଶୁପକ୍ଷୀମାନେ ମଧ୍ୟ ତାକୁ କ୍ଷମା କରିଦିଅନ୍ତି।

ମୁଖ୍ୟ ବାର୍ତ୍ତା:
ଏହି ଗଳ୍ପଟି ଆମକୁ ଶିକ୍ଷା ଦିଏ ଯେ ପ୍ରକୃତି ଆମର ସବୁଠାରୁ ବଡ଼ ବନ୍ଧୁ। ଗଛ ନଷ୍ଟ କରିବା ଅର୍ଥ ନିଜର ଜୀବନକୁ ନଷ୍ଟ କରିବା। ଦୟା, କ୍ଷମା ଏବଂ ନିଜର ଭୁଲ୍ ସ୍ୱୀକାର କରିବା ହିଁ ପ୍ରକୃତ ମାନବିକତା।

Comments are closed.