ସେପ୍ଟେମ୍ବର ୧୯ରୁ ଜାପାନରେ ଆରମ୍ଭ ହେବ ଏସୀୟ କ୍ରୀଡ଼ା-୨୦୨୬: ଭାରତ ପଠାଇବ ୭୦୦ କ୍ରୀଡ଼ାବିତ

0

ନୂଆଦିଲ୍ଲୀ : ସେପ୍ଟେମ୍ବର ମାସ ୧୯ ତାରିଖରୁ ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେବ ଏସୀୟ କ୍ରୀଡ଼ା-୨୦୨୬ । ଭାରତ ଏଥର ଏକ ବୃହତ ଦଳ ପଠାଇବାର ଯୋଜନା କରୁଛି । ଜାତୀୟ ଗଣମାଧ୍ୟମରୁ ଯାହା ଜଣା ପଡ଼ିଛି ୭୦୦ ଖେଳାଳି ଏଥର ଏସୀୟ କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ୱ କରିବେ ।

ଏସିଆର ଏହି ବୃହତ କ୍ରୀଡ଼ା ମହାକୁମ୍ଭ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖରେ ଉଦ୍ଯାପିତ ହେବ । ୨୦୨୨ ଏସୀୟ କ୍ରୀଡ଼ା କରୋନା ଯୋଗୁ ୨୦୨୩ରେ ଆୟୋଜିତ ହୋଇଥିଲା । ଗତ ସଂସ୍କରଣରେ ୬୬୧ ଜଣ ଭାରତୀୟ କ୍ରୀଡ଼ାବିତ ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କ ମଧ୍ୟରେ ୩୩୩ ପୁରୁଷ ଓ ୩୨୮ ମହିଳା ସାମିଲ ରହିଥିଲେ । ଏଥର ୭୦୦ କ୍ରୀଡ଼ାବିତ ୪୦ଟି ଶୃଙ୍ଖଳାରେ ସାମିଲ ହେବେ ।

ଭାରତ ଗତ ଏସିଆଡ୍ରେ ମୋଟ୍ ୧୦୭ ପଦକ ଜିତିଥିଲା । ଯେଉଊଁଥିରେ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଏବଂ ୪୧ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା । ଜାପାନରେ ପୂର୍ବାପେକ୍ଷା କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ କିଛି ଅଧିକ ଆଶା ରଖିଛି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)ର ଅଧିକାରୀମାନଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ । ବୈଠକରେ କ୍ରୀଡ଼ାବିତମାନଙ୍କ ଅଂଶଗ୍ରହଣ, ସେମାନଙ୍କ ପ୍ରତିକ୍ଷଣ, କ୍ରୀଡ଼ା ଗ୍ରାମରେ ରହଣି ଏବଂ ଅନ୍ୟ ସୁବିଧା ସୁଯୋଗ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.