ଓଡ଼ିଶାରୁ ବିଜେପିର ପ୍ରାର୍ଥୀ ହେଲେ ମନମୋହନ ସାମଲ ଓ ସୁଜିତ କୁମାର

ଭୁବନେଶ୍ୱର:  ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ନାଁ ଘୋଷଣା କରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ମନମୋହନ ସାମଲ ଏବଂ ଦ୍ବିତୀୟ ପ୍ରାର୍ଥୀ ସୁଜିତ୍ କୁମାର ।

ଓଡ଼ିଶାରେ ବିଜେପିର ବିଧାୟକ ସଂଖ୍ୟାକୁ ଦୃଷ୍ଟିରେ ରଖିଲେ, ଏହି ଦୁଇ ପ୍ରାର୍ଥୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। କଂଗ୍ରେସ ଓ ବିଜେଡି ଏହି ପରିପ୍ରେକ୍ଷୀରେ କି ରଣନୀତି ଆପଣାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.