ମୁମ୍ବାଇ (୩/୩): ଏକ ଭବ୍ୟ ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବାଇଙ୍କ ମିଳିତ ସହଯୋଗରେ ୨୦୨୬ ମାର୍ଚ୍ଚ ୧ ତାରିଖରେ ଏକ ଐତିହାସିକ ଓଡ଼ିଆ-ମରାଠୀ ଭାଷା କାର୍ଯ୍ୟଶାଳା ଆୟୋଜନ ନବୀମୁମ୍ବାଈସ୍ଥିତ ଓଡିଶା ଭବନରେ ହୋଇଥିଲା । ମୁମ୍ବାଈରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଭାରତର ଦୁଇଟି ମାତୃଭାଷାର ସାହିତ୍ୟିକ ପରମ୍ପରା ମଧ୍ୟରେ ଚିନ୍ତାଧାରା, କବିତା ଓ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ମଞ୍ଚ ଭାବେ କାର୍ଯ୍ୟ କରିଥିଲା।ସାହିତ୍ୟିକ ମନକୁ ଏକତ୍ରିତ ସଂଯୋଗ କରି ଓଡିଶା ସାହିତ୍ୟ ଏକାଡେମୀ ଓ ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବାଈର ମିଳିତ ଉଦ୍ୟମରେ ମାର୍ଚ୍ଚ ୧ ତାରିଖ ରବିବାର ଦିନ ନବୀମୁମ୍ବଇ ସ୍ଥିତ ଓଡିଶାଭବନ ରେ ଓଡ଼ିଆ ମରାଠୀ ଅନୁବାଦ ସାହିତ୍ୟର ଅନନ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉଭୟ ଭାଷାର ଶବ୍ଦଗତ ସାମଞ୍ଜସ୍ୟ ଓ ସାହିତ୍ୟ ପ୍ରତି ଆନ୍ତରିକତା ପ୍ରସଙ୍ଗର ଅନନ୍ୟ ଉପସ୍ଥାପନା ରଖିଥିଲେ ସଭାମୁଖ୍ୟ ଡାକ୍ତର ବାସୁଦେବ ଶ୍ରୀରାମ ଯୋଗଳେକର।ଓଡିଶା ସାହିତ୍ୟ ଏକାଡେମୀ ସଚିବ ଡ଼କ୍ଟର ଚନ୍ଦ୍ରଶେଖର ହୋତାଙ୍କ ଭାଷା ପ୍ରତି ଆନ୍ତରିକତା ଯୋଗୁ ତାଙ୍କ ଦ୍ୱାରା ମୁମ୍ବଈରେ ଦୁଇଟି ଭାଷା ଜଗତର ଏକ ଗୁରୁତ୍ତପୂର୍ଣ୍ଣ ଅଧ୍ୟାୟ ର ପୃଷ୍ଠା ଉନ୍ମୋଚନର ସୁବର୍ଣ୍ଣ ସେତୁ ସୃଷ୍ଟି ହୋଇଛି।
ଅଖିଳଭାରତୀୟ ସାହିତ୍ୟ ପରିଷଦ ର ରାଷ୍ଟ୍ରୀୟ ଅଧ୍ୟକ୍ଷ, ମରାଠୀ ସାହିତ୍ୟ ଏକାଡେମୀ ସଦସ୍ୟ ଦିନେଶ ପ୍ରତାପ ସିଂ ଙ୍କ ଗରିମାମୟ ଉପସ୍ଥିତି ସଭା ରେ ମାଧୁର୍ଯ୍ୟତା ଆଣିଥିଲା। ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ର ସଭାପତି ଆମ ସମସ୍ତଙ୍କ ଶ୍ରଦ୍ଧାଶୀଳ ଉଚ୍ଚାରଣ ତାପସରାଜ ମହାରଣାଙ୍କ ସୃଜନଶୀଳ ସମ୍ଭାବନା ରେ ଏହି କାର୍ଯ୍ୟକ୍ରମ ଏକ ସବୁଜ ପ୍ରବାହ ଥିଲା।
ଅନୁବାଦିକା ରାଧା ଯୋଗଳେକର, ଡ଼ଃ ସବିତା ରାଉତ ପ୍ରମୁଖଙ୍କ ଉପସ୍ଥିତି ମରାଠୀ ସାହିତ୍ୟ ଦୃଷ୍ଟିକୋଣକୁ ଗଭୀରତା ଭାବରେ ଯୋଡ଼ିଥିଲା, ଯେତେବେଳେ ଡକ୍ଟର୍ ଦୀନେଶ ପ୍ରତାପ ସିଂହ ଅଞ୍ଚଳୀୟ କାହାଣୀଗୁଡ଼ିକର ସଂଯୋଗ ଉପରେ ଆଲୋକପାତ କରିଥିଲେ।
ଓଡ଼ିଆ ସାହିତ୍ୟିକା ରଶ୍ମି ମହାପାତ୍ର,ଅନୁବାଦିକା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କମଳା ଶତପଥୀ ଓ ମରାଠୀ ସାହିତ୍ୟିକ ଏବଂ ଅନୁଵାଦକ ସଜ୍ଜନ ଜ୍ଞାନୀ ଗୁଣୀ ବଳିରାମ ଗାଇକୱାଡ, ମହେଶ ଲିଲା ପଣ୍ଡିତ, ଏବଂ କ୍ରିଷ୍ଣା କିମ୍ଵାହୁନେ ଏଥିରେ ଏକ ଅନୁବାଦ କର୍ମଶାଳାର ଆଲୋଚନାଚକ୍ରରେ ପ୍ରତିନିଧିତ୍ୱ କରି ଦୁଇଟି ଭାଷା ଉପରେ ଅନୁଭବପୂର୍ଣ୍ଣ ସାରଗର୍ଭକ ଦୃଷ୍ଟି କୋଣ ପରିସର ସୃଷ୍ଟି ହୋଇଥିଲା।ମୁମ୍ବଇ ଓଡିଶା ଭଵନ ପରିଚାଳକ ଶମ୍ଭୁ ଭୂଷଣ ମିଶ୍ର ସଭାମୁଖ୍ୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସଞ୍ଜୟ କୁମାର ଛୁଆଳସିଂହ ସଂଞ୍ଚ।ଳକ ଭାବରେ ଉପସ୍ଥିତ ରହି ଉତ୍କୃତ ପରିଚାଳନା ମାଧ୍ୟମରେ ଓଡ଼ିଶା ଓ ମହାରାଷ୍ଟ୍ର ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଅଞ୍ଚଳୀୟ ସାହିତ୍ୟକୁ ବିଶ୍ୱବ୍ୟାପୀ ପାଠକଙ୍କ ପାଇଁ ଯୋଡିବାରେ ସକ୍ଷମ ହୋଇଥିଲେ । ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈର ମୈତ୍ରେୟୀ କମିଳା ପ୍ରବାସୀ ଉପରେ ବିବରଣୀ ପାଠ କରିଥିଲେ।ପାରମିତା ଷଡ଼ଙ୍ଗୀ ଅନୁବାଦ ସାହିତ୍ୟ କର୍ମଶାଳାର ସଂଚାଳନ ଦାୟିତ୍ୱରେ ରହିଥିଲେ।ଡଃ ଅରୁନ୍ଧତୀ ମହାନ୍ତି, ଦୀପକ ବସ୍ତି, ସ୍ନେହ ମିଶ୍ର, ସବିତା ତ୍ରିପାଠୀ, ଦୀପାଲି ବସ୍ତି, ତପନ ପାତ୍ର, କୃଷ୍ଣ ମିଶ୍ର, ହିମାଂଶୁ ପ୍ରହରାଜ ପ୍ରମୁଖ ଭୂମିକା ନେଇଥିଲେ । କାର୍ଯ୍ୟକ୍ରମର ସବୁଠାରୁ ଆକର୍ଷଣୀୟ ମୂହୁର୍ତ୍ତ ଥିଲା ସୃଜନୀ ଆତ୍ମାକୁ ସ୍ପର୍ଶ କରୁଥିବା ବିଭିନ୍ନ ଭାଷାରେ କବିତା ପାଠ କାର୍ଯ୍ୟକ୍ରମ। ଦେଶବ୍ୟାପୀ ପ୍ରସିଦ୍ଧ କବିମାନେ ଏକତ୍ରିତ ହୋଇ ପ୍ରକୃତି, ଭାବ ଓ ସାମାଜିକ ପରିବର୍ତ୍ତନ ଭଳି ବିଷୟକୁ ସ୍ପର୍ଶ କରୁଥିବା କବିତାଗୁଡ଼ିକ ପାଠ କରି ଥିଲେ।
କାର୍ଯ୍ୟକ୍ରମର ସବୁଠାରୁ ଉତ୍ସାହ ପୂର୍ଣ୍ଣ ଭାବରେ ଯୋଡ଼ିବା ପାଇଁ ଛୋଟ ଶିଶୁମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପାରମ୍ପରିକ ନୃତ୍ୟରୁ ଲୋକସଙ୍ଗୀତ ପର୍ଯ୍ୟନ୍ତ, ଶିଶୁମାନଙ୍କ ପ୍ରଦର୍ଶନ ମୁମ୍ବାଇ ମହାନଗରୀରେ ପ୍ରବାସୀମାନଙ୍କର ମୂଳସଂସ୍କୃତିକୁ ଜୀବନ୍ତ ରଖିବାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥିଲା,ସେମାନେ ହେଲେ ସାଇ, ରିତୁ, ମାନସ, ଋଷି, ସୁଭଦ୍ରା, ମମତା ବିଶ୍ୱାସ ଟିମ, ନବନ୍ୟା, ମନୀଷା, ଶ୍ରେୟା, ଆରଧ୍ୟା,ଦୀପଂଶୁ ଟିମ,ସଂସ୍କୃତି, ତପସ୍ୟା ରାଉତ, ଆରବି ପାଢ଼ୀ।
“ଭାଷା କେବଳ ସଞ୍ଚାରର ମାଧ୍ୟମ ନୁହେଁ; ଏହା ଆମର ଆତ୍ମା ଓ ଇତିହାସର ବାହକ। ଏହି କାର୍ଯ୍ୟଶାଳା ଜଗନ୍ନାଥଙ୍କ ଭୂମି ଓ ବିଠଲଙ୍କ ଭୂମି ମଧ୍ୟରେ ସମ୍ପର୍କକୁ ମଜବୁତ୍ କରିବାକୁ ଏକ ପଦକ୍ଷେପ।” ଡକ୍ଟର୍ ଚନ୍ଦ୍ରଶେଖର ହୋତା ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏହାର ଅଧ୍ୟକ୍ଷତା କରିଥିଲେ । ଏଥିରେ ପ୍ରାୟ ପାଞ୍ଚ ଶହରୁ ଅଧିକ ଲୋକଙ୍କ ଅଧିକାଂଶ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଡକ୍ଟର ଚନ୍ଦ୍ରଶେଖର ହୋତାଙ୍କ ନେତୃତ୍ୱରେ ଅନୁଷ୍ଠିତ ସାହିତ୍ୟିକ ଆଲୋଚନା ପରେ ମଧ୍ୟାହ୍ନ ଭୋଜନ ହୋଇଥିଲା। ଉପସ୍ଥିତ ଦର୍ଶକମାନଙ୍କୁ ଓଡ଼ିଆ ଖାଦ୍ୟ ଓ ଏକ ପୁଷ୍ଟିକର ଭୋଜନ ପ୍ରଦାନ କରାଯାଇଥିଲା, ଯାହା ଓଡ଼ିଶାର ସ୍ୱାଦକୁ ମୁମ୍ବାଇରେ ଆଣିଥିଲା।
ଏହି କାର୍ଯ୍ୟଶାଳାର ସଫଳତା ରାଜ୍ୟସ୍ତରୀୟ ସାଂସ୍କୃତିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟର ଚିହ୍ନ, ଯାହା ପ୍ରମାଣ କରେ ଯେ ମାତୃଭାଷା ଓ ସାହିତ୍ୟ ପ୍ରକୃତରେ ଭୌଗଳିକ ପରିସୀମା ମଧ୍ୟରେ ଆବଦ୍ଧ ହୋଇ ରହେ ନାହିଁ। ଆଖଣ୍ଡଳମଣି ପୂଜା କମିଟି ନେରୁଲ ର ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା।
ରିପୋର୍ଟ-ସନାତନ ମହାକୁଡ଼।



Comments are closed.