ଦିଲ୍ଲୀରେ ହାଇଆଲର୍ଟ: ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଷଡଯନ୍ତ୍ର କରୁଛି ଲସ୍କର-ଏ-ତୈବା

0

ନିଉ ଦିଲ୍ଲୀ :  ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୂଚନା ମିଳିଛି ଯେ ଲସ୍କର-ଏ-ତୈବା ଲାଲକିଲ୍ଲା ସମ୍ମୁଖରେ ଏକ ବଡ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଛି। ଏହି ସତର୍କତା ପରେ, ଦିଲ୍ଲୀ ପୁଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଲାଲକିଲ୍ଲା ସମେତ ମନ୍ଦିରଗୁଡିକର ସୁରକ୍ଷା ବୃଦ୍ଧି କରାଯାଇଛି ।

ଗୁଇନ୍ଦା ବିଭାଗକୁ ରାଜଧାନୀ ଦିଲ୍ଲୀରେ ଲସ୍କର-ଏ-ତୈବା ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିଛି। କୁହାଯାଉଛି ଯେ ଚାନ୍ଦନୀ ଚୌକ ନିକଟରେ ଅବସ୍ଥିତ ମନ୍ଦିର ସମେତ ଦେଶର ଅନେକ ଧାର୍ମିକ ସ୍ଥଳକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।

ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଲସ୍କର-ଏ-ତୈବା ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି। ସୂତ୍ର ଅନୁସାରେ ଲସ୍କର କାଶ୍ମୀରରେ ବିଲାଲ ମସଜିଦ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଦିଲ୍ଲୀକୁ ଟାର୍ଗେଟ କରିଛି । ଦିଲ୍ଲୀରେ ନଭେମ୍ବର ୨୦୨୫ ବିସ୍ଫୋରଣ ପରେ ଏକ ଭାଇରାଲ ପୋଷ୍ଟରେ ଏଲଇଟି ଦାୟୀତ୍ୱ ନେଇଥିଲା। ପୋଷ୍ଟରେ କୁହାଯାଇଛି, “ନୂଆଦିଲ୍ଲୀରେ ଆକ୍ରମଣ ଲସ୍କର-ଏ-ତୈବାର ସାହସୀ ସିଂହମାନେ କରିଥିଲେ। ଏହା କାଶ୍ମୀରରେ ସହିଦଙ୍କ ପ୍ରତିଶୋଧ। ଆମେ ପ୍ରତ୍ୟେକ ମସଜିଦର ପ୍ରତ୍ୟେକ ଇଟାର ପ୍ରତିଶୋଧ ନେବୁ ଏବଂ ପ୍ରତ୍ୟେକ ମନ୍ଦିରରେ ପହଞ୍ଚିବୁ।”

Leave A Reply

Your email address will not be published.