ସ୍ମାର୍ଟସିଟି ମିଶନ ଭଳି ଓଡ଼ିଶା ସରକାର ନୂଆ କାର୍ଯ୍ୟକ୍ରମ ଭାବେ ମୁଖ୍ୟମନ୍ତ୍ରୀ ସ୍ମାର୍ଟସିଟି ମିଶନ

ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ସ୍ମାର୍ଟସିଟି ଭଳି ସୁବିଧା ଉପଲବ୍ଧ କରାଯିବ।

0

ଭୁବନେଶ୍ୱର : ଭାରତ ସରକାରଙ୍କ ସ୍ମାର୍ଟସିଟି ମିଶନ ଭଳି ଓଡ଼ିଶା ସରକାର ନୂଆ କାର୍ଯ୍ୟକ୍ରମ ଭାବେ ମୁଖ୍ୟମନ୍ତ୍ରୀ ସ୍ମାର୍ଟସିଟି ମିଶନ ଆରମ୍ଭ କରିଛନ୍ତି। ଏହା ଜରିଆରେ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ସ୍ମାର୍ଟସିଟି ଭଳି ସୁବିଧା ଉପଲବ୍ଧ କରାଯିବ। ଭୁବନେଶ୍ବର, ରାଉରକେଲା ଭଳି ରାଜ୍ୟର ଟିୟର୍-୨ ଓ ଟିୟର୍-୩ ସହରରେ ସ୍ମାର୍ଟସିଟି ଭିତ୍ତିଭୂମି ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିପାଇଁ ନଗର ଉନ୍ନୟନ ବିଭାଗକୁ ୧୦୦ କୋଟି ଟଙ୍କା ଦେବା ପାଇଁ ବଜେଟରେ ପ୍ରସ୍ତାବ ରହିଛି। ଯଦିଓ ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ଏହି ପାଣ୍ଠି ଅପର୍ଯ୍ୟାପ୍ତ ହୋଇପାରେ, ତେବେ ଏହା ସହରୀ ଜୀବନଧାରଣ ମାନରେ ପରିବର୍ତ୍ତନର ଆୟମାରମ୍ଭ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁନ କପୁର ଓଡ଼ିଶା ଗସ୍ତ କରି ଫେରିବା ପରେ ଅନ୍ୟ ସହରରେ ସ୍ମାର୍ଟସିଟି ସୁବିଧା ଆରମ୍ଭ ପାଇଁ ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ପିଏମ୍‌ଓଙ୍କ ଏପରି ପ୍ରସ୍ତାବ ଏ ଦିଗରେ ବେଶ୍‌ ଗୁରୁତ୍ବ ବହନ କରୁଥିଲା। ବୈଷୟିକ ଜ୍ଞାନକୌଶଳ, ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌) ଆଧାରିତ ଯୋଜନା, ଏକୀକୃତ କମାଣ୍ଡ କ‌େ‌ଣ୍ଟ୍ରାଲ ସେଣ୍ଟର, ଉତ୍ତମ ସର୍ଭିଲାନ୍ସ ବ୍ୟବସ୍ଥା ଆଦି ରାଜ୍ୟର ଅନ୍ୟ ସହରରେ ଆରମ୍ଭ କରାଯିବା ଆବଶ୍ୟକ। ସହରାଞ୍ଚଳର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ସମୟରେ ପରିବେଶ ସୁରକ୍ଷା ଓ ଦୀର୍ଘ ମିଆଦି ଭିତ୍ତିଭୂମି ନିର୍ମାଣ ଉପରେ ସରକାର ଗୁରୁତ୍ବ ଦେବା ଜରୁରୀ ବୋଲି ପିଏମଓ ପକ୍ଷରୁ କୁହାଯାଇଥିଲା। ଏହି ସଫଳତା ପାଇବା ଲାଗି ନଗର ଉନ୍ନୟନ ବିଭାଗ, ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ରେରା), ପରିବେଶ ସୁରକ୍ଷା ବିଭାଗର କର୍ତ୍ତୃପକ୍ଷ ପରସ୍ପର ମଧ୍ୟରେ ଉତ୍ତମ ସମନ୍ବୟ ରଖି କାମ କରନ୍ତୁ ବୋଲି ପିଏମ୍‌ଓ ପ୍ରସ୍ତାବ ଦେଇଥିଲା।

Leave A Reply

Your email address will not be published.