ସରକାରଙ୍କ ଚାଷୀ ମାରଣା ନୀତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିଶ୍ରୁତି ଖିଲାପକାରୀ ବିରୁଦ୍ଧରେ ବିଜେଡ଼ିର ବିକ୍ଷୋଭ

ଭଦ୍ରକ : ବିଜେପି ସରକାରଙ୍କ ଚାଷୀ ମାରଣା ନୀତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପ୍ରତିଶ୍ରୁତି ଖିଲାପକାରୀ ବିରୁଦ୍ଧରେ ଭଦ୍ରକ ଜିଲ୍ଲା ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ପ୍ରତିବାଦ ସଭାରେ ବିଜେପି ସରକାରଙ୍କ ଚାଷୀ ମାରଣା ନୀତିକୁ ତୀବ୍ର ବିରୋଧ କରାଯାଇଥିଲା।

ଚାଷୀ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଦଳ ଅଭିଯୋଗ କରି ତୀବ୍ର ବିରୋଧ କରିଛି। ଅନ୍ୟ ପକ୍ଷରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ମାଗଣା ବିଜୁଳି, ମାଗଣା ସ୍ୱାସ୍ଥ୍ୟସେବା ସହ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଆଜି ପ୍ରତିଶ୍ରୁତି ଖିଲାପ କରିଛି। ଏହାର ବିରୁଦ୍ଧରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଯଦି ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକରନ୍ତି ଆଗାମି ଦିନରେ ଜନ ସଧାରଣଙ୍କ ସ୍ବାର୍ଥ ପାଇଁ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ।

Comments are closed.