ଭୁବନେଶ୍ୱର : ୧୪/୦୨ – ରାତି ପାହିଲେ ଜାଗର । ଭକ୍ତ ମନ ବ୍ୟାକୁଳ ହେଲାଣି । ନେତ୍ର ଦେଖିବ ସେହି ପବିତ୍ର ଫାଲଗୁନ କୃଷ୍ଣ ଚର୍ତୁଦ୍ଦଶୀର ଶେଷ୍ଠ ରାତ୍ରୀ ବା ମହାଶିବରାତ୍ରୀ । ମହାଶିବରାତ୍ରିରେ ମହାଦୀପ ଦର୍ଶନ କରିବା ପାଇଁ ସମସ୍ତେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ କରିବେ ଉପବାସ ଓ ଉପାସନା। ଏହି ମହାନ ପର୍ବ ପାଇଁ ଏକାମ୍ରରେ ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି । ଭକ୍ତଙ୍କ ପହଞ୍ଚିବା ଲାଗି ସ୍ୱତନ୍ତ୍ର ବସସେବା, ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ବ୍ୟାରିକେଡ, ବିଶୁଦ୍ଧ ପିଇବା ପାଣି, ଜରୁରି କାଳିନ ମେଡିକାଲ ଓ ଅଗ୍ନିଶମ ସେବା, ସ୍ନାନ ଶୌଚ ପାଇଁ ଶୌଚାଳୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଭଜନ ଜଣାଣ, ପ୍ରବଚନ ସାଙ୍ଗକୁ ସମସ୍ତ ଜରୁରି ସୂଚନା ପ୍ରଦାନ, ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ ମୁତୟନ ସହ ସିସି କ୍ୟାମେରା ବ୍ୟବସ୍ଥା କରାଯିବ । ତେଣୁ ଏଥିର ସୁରକ୍ଷିତ, ଶୃଙ୍ଖଳିତ ଓ ନୀତି ନିର୍ଘଣ୍ଟରେ ସମସ୍ତ କାର୍ଯ୍ୟ ହେବ ବୋଲି ପ୍ରଶାସନଠାରୁ ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶାବାଦୀ ଅଛନ୍ତି ।
ଜାରି ହେଲା ଚୂଡ଼ାନ୍ତ ନୀତି ନିର୍ଘଣ୍ଟ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ନୀତି ନିର୍ଘଣ୍ଟରେ ସାମନ୍ୟ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିତ ନୀତି ନିର୍ଘଣ୍ଟ ମୁତାବକ ମହାଶିବରାତ୍ରୀରେ ମହାଦୀପ ରାତି ୧୦ଟାରେ ଉଠିବା ପରେ ଚାରି ପ୍ରହର ପୂଜା, ହରିହର ଭେଟ, ବଡ଼ସିଂହାର ଓ ପହୁଡ ସୋମବାର ଭୋର ସାଢେ ୫ଟାରେ ସମ୍ପନ୍ନ ହେବ । ଏ ନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ମନ୍ଦିର ପ୍ରଶାସନ ଜାରି କରିଛନ୍ତି ।
ନୂଆ ନୀତି ଅନୁଯାୟୀ, ମଙ୍ଗଳ ଆଳତୀ ଓ ଅବକାଶ ଭୋର ୩ଟାରୁ ସାଢେ୩ଟା, ସାହଣମେଲା ଦର୍ଶନ ଭୋର ସାଢେ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ, ରୋଷ ହୋମ ସାଢେ୬ଟା, ଛାମୁ ପରିଷ୍କାର ଦିନ ୧୧ରୁ ୧୨ଟା, ମହାସ୍ନାନ ବେଶ ଦିନ ୧୨ଟାରୁ ୧୨ଟା ୪୫, ସୂର୍ଯ୍ୟପୂଜାରୁ ସକାଳ ଧୂପ ଦ୍ୱିପହର ସାଢେ ୨ଟା ମଧ୍ୟରେ, ଭୁବନେଶ୍ୱରୀଙ୍କ ସକାଳଧୂପ ୨ଟା ୪୫, ଭୋଗମଣ୍ଡପ ୩ଟା ୪୫ ସୁଧା ସମାପନ, ଦ୍ୱିତୀୟ ସାହାଣମେଲା ୪ଟା ୪୫ରେ ସମ୍ପନ୍ନ ହେବ । ଛାମୁ ପରିସ୍କାର ସଂନ୍ଧ୍ୟା ୫ଟା୪୫ ପୂର୍ବରୁ, ବୀରକେଶରୀ ବଲ୍ଲଭରୁ ଭୁବନେଶ୍ୱରୀଙ୍କ ଦତଦୀପହର ଧୂପ ସଂନ୍ଧ୍ୟା ୭ ଘଟିକା, ୧୦ ମିନିଟ ପାଇଁ ପହୁଡ, ଆଳତୀ ଓ ଟେରାଫିଟା ସନ୍ଧ୍ୟା ସାଢେ ୭ଟାରେ ସମ୍ପନ୍ନ ହେବ । ମାଜଣା ଓ ବେଶ ସାଢେ ୭ରୁ ରାତି ୮ଟା ୧୦, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢା ୮ଟା୧୦ରୁ ୮ଟା୫୫, ସଂନ୍ଧ୍ୟାଧୂପ ଓ ତୀର୍ଥ ଜଳ ଆନୟନ କରି ମହାଦୀପ ଦର୍ଶନ ନୀତି ରାତି ୧୦ଟାରେ ବଢିବ । ପରେ ତୃତୀୟ ପର୍ଯ୍ୟାୟ ସାହାଣମେଲା ଦର୍ଶନ, ଭୁବନେଶ୍ୱରୀଙ୍କ ସଂନ୍ଧ୍ୟାଧୂପ ଓ ପୂଜା, ଛାମୁ ପରିସ୍କାର, ଚାରି ପ୍ରହର ପୂଜା, ହରିହର ଭେଟ, ବଡସିଂହାର ଓ ପହୁଡାଦି ନୀତି ସୋମବାର ଭୋର ସାଢେ ୫ଟାରେ ସମ୍ପନ୍ନ ହେବ ।
ସୂଚନାଯୋଗ୍ୟ,ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପ୍ରସ୍ତୁତି ପାଇଁ ସେବାୟତ ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ପୂଜାପଣ୍ଡା ସୋମବାର ସକାଳ ୭ଟା୫୫ରେ ସରୁଥିବା ଜାଗର ନୀତି ରବିବାର ହିସାବରେ ରହିବ ନାହିଁ ବୋଲି କହିଥିଲେ । ତେଣୁ କୌଣସି ମତେ ସମସ୍ତ ନୀତି ସକାଳ ୬ଟା ୧୫ ସୁଧା ସାରିବାକୁ ପ୍ରସନ୍ନ ପ୍ରସ୍ତାବ ରଖିଥିଲେ । ଉକ୍ତ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ସହମତି ହୋଇ ଟ୍ରଷ୍ଟବୋର୍ଡ ସଭାପତି ତଥା ଜିଲ୍ଲାପାଳଙ୍କୁ ନୀତି ନିର୍ଘଣ୍ଟ ସଂସୋଧନ କରିବାକୁ ପରାମର୍ଶ ଦେଇଥିଲେ।
Comments are closed.